28.1 C
Bhubaneswar
Friday, April 26, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୋମାନିଆ ସୀମାରେ ଫସିଛନ୍ତି ୬ ହଜାରରୁ ଅଧିକ ଭାରତୀୟ ଛାତ୍ର, ଖାଦ୍ୟ ପାଇଁ ହେଉଛନ୍ତି ଡହଳବିକଳ

ରୋମାନିଆ ସୀମାରେ ଫସିଛନ୍ତି ୬ ହଜାରରୁ ଅଧିକ ଭାରତୀୟ ଛାତ୍ର, ଖାଦ୍ୟ ପାଇଁ ହେଉଛନ୍ତି ଡହଳବିକଳ

ନୂଆଦିଲ୍ଲୀ : ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ସବୁଠାରୁ ଖରାପ ସ୍ଥିତି ହେଉଛି, ୟୁକ୍ରେନରେ ଫସି ରହିଥିବା ହଜାର ହଜାର ଭାରତୀୟ ଛାତ୍ର । ବର୍ତ୍ତମାନ ରୋମାନିଆ ସୀମାରେ ଏକାଠି ହୋଇଛନ୍ତି । କେବେ ସେମାନେ ଘରକୁ ଯିବେ, ତାହା ଜଣାପଡ଼ି ନାହିଁ । ଏଭଳି ସ୍ଥଳେ ସୀମାରେ ରାତି ବିତାଇବାର କୌଣସି ବ୍ୟବସ୍ଥା ନାହିଁ କି ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା ନାହିଁ । ସବୁଠାରୁ ଅଧିକ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି, ସୀମା ଆଖପାଖରେ ଯେଉଁ ରେଷ୍ଟୁରାଣ୍ଟଗୁଡ଼ିକ ଅଛି, ସେମାନେ ଏଠାରେ ‘ନୋ ଇଣ୍ଡିଆନ୍ସ ଆଲାଉଡ୍‌’ର ବୋର୍ଡ ଲଗାଇ ରଖିଛନ୍ତି । ଝାନ୍‌ସିର ବାସିନ୍ଦା ଡକ୍ଟର ଏସଏସ ସିଂ, ଯିଏକି ବର୍ତ୍ତମାନ ମହୋବାସ୍ଥିତ ଏକ ରୟାଲ କଲେଜର ପ୍ରିନ୍ସିପାଲ୍‌, ତାଙ୍କ ପୁଅ ଅଖିଲ ୟୁକ୍ରେନରେ ଜଣେ ଡାକ୍ତରୀ ଛାତ୍ର । ହଜାର ହଜାର ପିଲାଙ୍କ ପରି ସେ ମଧ୍ୟ ରୋମାନିଆ ସୀମାରେ ଫସି ରହିଛି । କଥାବାର୍ତ୍ତାରେ ଅଖିଲ କହିଛନ୍ତି କି, ତାଙ୍କର ଏକ ୧୫୦ ଜଣିଆ ଛାତ୍ର ବସ୍ ଯୋଗେ ରାତି ସାରା ଯାତ୍ରା କରି ରୋମାନିଆରେ ପହଞ୍ଚିଛନ୍ତି । ସୀମା ପର୍ଯ୍ୟନ୍ତ ପାଖାପାଖି ୧୦ କିଲୋମିଟର ସେମାନେ ଚାଲି ଚାଲି ଯାତ୍ରା କରିଥିଲେ । ଏଠାରେ ସକାଳ ୭ଟାରେ ସୀମା ଖୋଲା ଯାଇଥିଲା । ମାତ୍ର ୬୦-୭୦ ଜଣ ପିଲାଙ୍କୁ ଭିତରକୁ ଅଣା ଯାଇଥିଲା ଏବଂ ପୁଣି ସୀମା ବନ୍ଦ ହୋଇଯାଇଥିଲା । ସବୁଠୁ ବଡ଼ ସମସ୍ୟା ହେଉଛି, କେତେବେଳେ କେତେ ପିଲାଙ୍କୁ ସୀମା ପାର କରାଯିବ, ସେ ନେଇ କୌଣସି ରୋଷ୍ଟର କିମ୍ବା କାର୍ଯ୍ୟସୂଚୀ ସ୍ଥିର କରାଯାଇ ନାହିଁ । ଏବେ ମଧ୍ୟ ପାଖାପାଖି ୬ ହଜାର ପିଲା ଏଠି ଫସି ରହିଛନ୍ତି । ଅଖିଲ କହିଛନ୍ତି ଯେ, ସେମାନଙ୍କ ପାଖରେ ଖାଇବା ପାଇଁ ବିସ୍କୁଟ ଏବଂ ଅଳ୍ପ କିଛି ପ୍ୟାକେଜ୍ ଖାଦ୍ୟ ରହିଛି । ହେଲେ ଖାଦ୍ୟର କୌଣସି ବ୍ୟବସ୍ଥା ନାହିଁ । ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି, ଯଦି ଜଣେ ଭାରତୀୟ ସେଠାରେ ଥିବା ଏକ ରେଷ୍ଟୁରାଣ୍ଟ ଯାଇ ଖାଦ୍ୟ ଖାଇବାକୁ ଚାହୁଁଛି, ତ ତାଙ୍କୁ ‘ନୋ ଇଣ୍ଡିଆନ୍ସ ଆଲାଉଡ୍‌’ ସାଇନ୍ ବୋର୍ଡ ସହିତ ସ୍ୱାଗତ କରାଯାଉଛି । ରୋମାନିଆରେ ଦିନର ତାପମାତ୍ରା ୨-୩ ଡିଗ୍ରୀ ରହୁଥିବା ବେଳେ ରାତିରେ ମାଇନସରେ ପହଞ୍ଚି ଯାଉଛି । ଏଭଳି ପରିସ୍ଥିତିରେ ସୀମା ଆଖପାଖରେ ଟେଣ୍ଟ ଆଦିର କୌଣସି ବ୍ୟବସ୍ଥା ନାହିଁ । ଏପରିକି, କୌଣସି ଆଶ୍ରୟସ୍ଥଳୀ ବି ନାହିଁ, ଯେଉଁଠି ପିଲାମାନେ ରାତି ବିତାଇ ପାରିବେ । ଶୀତ ରାତିରେ ଖୋଲା ଆକାଶ ତଳେ ରହିବା ଛଡା ସେମାନଙ୍କ ପାଖରେ କୌଣସି ଅନ୍ୟ ବିକଳ୍ପ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking