33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସିଦ୍ଧରମେୟା ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ: ଏମ୍‌ବି ପାଟିଲ୍‌

ସିଦ୍ଧରମେୟା ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ: ଏମ୍‌ବି ପାଟିଲ୍‌

ବେଙ୍ଗାଲୁରୁ :କର୍ଣ୍ଣାଟକରେ ସିଦ୍ଧରମେୟା ପୂରା ପାଞ୍ଚବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ଏମ୍‌ବି ପାଟିଲ୍ କହିଛନ୍ତି । ରାଜ୍ୟରେ ଅଢ଼େଇ-ଅଢ଼େଇ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହେବା ପରି କୌଣସି ଫର୍ମୂଲା ନାହିଁ । ଏପରି କୌଣସି ପ୍ରସ୍ତାବ ଥିଲେ ପାର୍ଟି ସାଧାରଣ ସମ୍ପାଦକ ପ୍ରଦେଶ ୟୁନିଟ୍‌କୁ ଏହାର ସୂଚନା ଦେଇଥାନ୍ତେ ବୋଲି ସେ କହିଛନ୍ତି । ମେ ୧୩ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରକାଶ ପାଇଥିଲା ।

୨୨୪ ଆସନରୁ କଂଗ୍ରେସ ୧୩୫, ବିଜେପି ୬୬ ଏବଂ ଜେଡିଏସ୍ ୧୯ ଆସନରେ ବିଜୟୀ ହୋଇଥିଲେ । ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସରେ ପାଞ୍ଚଦିନ ଧରି ମନ୍ଥନ ଚାଲିଥିଲା । ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ପ୍ରଦେଶ କଂଗ୍ରେସ ପ୍ରମୁଖ ଡିକେ ଶିବକୁମାର ଦାବିଦାର ଥିଲେ । ତେବେ ହାଇକମାଣ୍ଡ ସିଦ୍ଧରମେୟାଙ୍କୁ ଚୟନ କରିଥିବା ବେଳେ ସୋନିଆ ଗାନ୍ଧୀ ଶିବକୁମାରଙ୍କ ଉପମୁଖ୍ୟମନ୍ତ୍ରୀ ପାଇଁ ମନାଇଥିଲେ । ଏହାପରେ ଗତ ୨୦ ତାରିଖରେ ରାଜ୍ୟରେ କଂଗ୍ରେସ ସରକାର ଗଠନ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଆଠଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking