33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମନ୍ଦିରରେ ୨ ହଜାର ଟଙ୍କିଆ ୪୦୦ ନୋଟ୍ ଦାନ

ମନ୍ଦିରରେ ୨ ହଜାର ଟଙ୍କିଆ ୪୦୦ ନୋଟ୍ ଦାନ

କାଙ୍କଡ଼ା : ହିମାଚଳ ପ୍ରଦେଶର କାଙ୍ଗଡ଼ାରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ଜ୍ୱାଳାମୁଖୀ ମନ୍ଦିର ଜଣେ ଭକ୍ତ ୮ ଲକ୍ଷ ଟଙ୍କା ଦାନ କରିଛନ୍ତି । ଦୁଇ ହଜାର ଟଙ୍କିଆ ନୋଟ୍ ପରିଚାଳନାରୁ ହଟିବ ବୋଲି ମେ ୧୯ରେ ଆର୍‌ବିଆଇ ଘୋଷଣା କରିବା ପରେ ୨୦ ତାରିଖରେ ଅଜ୍ଞାତ ଭକ୍ତ ଜଣକ ମନ୍ଦିରରେ ଥିବା ଦାନବାକ୍ସରେ ଦୁଇ ହଜାର ଟଙ୍କିଆର ୪୦୦ ନୋଟ୍ ପକାଇଥିଲେ । ଗଣତି ପାଇଁ ପରଦିନ ଦାନବାକ୍ସ ଖୋଲାଯିବା ପରେ ସେଥିରେ ୨ ହଜାର ଟଙ୍କିଆ ନୋଟ୍‌ର ଚାରିଟି ବିଡ଼ା ମିଳିଥିଲା । ପ୍ରତ୍ୟେକ ବିଡ଼ାରେ ୧୦୦ ନୋଟ୍ ଥିଲା । ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି । କେତେକ ଏହାକୁ ୨୦୧୬ ନଭେମ୍ବର ୮ର ନୋଟ୍‌ବନ୍ଦୀ ପ୍ରଭାବ କହୁଥିବା ବେଳେ କେତେକ ଏହାକୁ ଜ୍ୱାଳା ମାତାଙ୍କ ପ୍ରତି ଆସ୍ଥା କହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking