38.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶସପିଂ ମଲ୍ ଭିତରେ ଗୁଳି ମାଡ଼ : ୪ ମୃତ

ସପିଂ ମଲ୍ ଭିତରେ ଗୁଳି ମାଡ଼ : ୪ ମୃତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ସିଡନୀର ଏକ ସପିଂ ମଲ୍ ଭିତରେ ଗୁଳି ଫୁଟିବା ସହିତ ଛୁରାମାଡ ମଧ୍ଯ ହୋଇଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାରେ କେତେ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣା ପରେ ସପିଂ ମଲକୁ ଖାଲି କରିଦିଆଯାଇଛି ।ଖବର ମୁତାବକ, ଶୁକ୍ରବାର ଓଷ୍ଟଫିଲ୍ମ ବୋନି ଜଙ୍କସନ ସପିଂ ସେଣ୍ଟରରେ ଗୁଳି ଫୁଟିଥିଲା । ଏଠାରେ ଜଣେ ଦୁର୍ବୃତ୍ତ ସପିଂ ମଲରେ ଥିବା ଲୋକଙ୍କ ଉପରୁ ଛୁରା ମାଡ କରିଥିଲେ । ଏଥିରେ ଜଣେ ମହିଳା ଓ ତାଙ୍କର ଦୁଇଟି ଛୁଆ ଓ ଜଣେ ଦୋକାନୀଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଆହତ ହୋଇଛନ୍ତି । ପୋଲିସ ଗୁଳିରେ ଆକ୍ରମଣକାରୀଙ୍କ ମଧ୍ଯ ମୃତ୍ୟୁ ହୋଇଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଶୁକ୍ରବାର ଅପରାହ୍ନ ୪ଟା ବେଳେ ଏହି ଘଟଣା ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଗୁଳି କରିବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ସେହିପରି ସପିଂ ମଲ୍ ଭିତରେ ଥିବା ଅନ୍ୟ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking