29.1 C
Bhubaneswar
Thursday, May 23, 2024
Homeଓଡିଶାରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ପିଟି ପିଟି ହତ୍ୟା, ସ୍ୱାମୀ ଗିରଫ

ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ପିଟି ପିଟି ହତ୍ୟା, ସ୍ୱାମୀ ଗିରଫ

ଭୁବନେଶ୍ୱର: ପାରିବାରିକ କଳହର କରୁଣ ପରିଣତି ସ୍ୱରୂପ ସହିଦନଗର ଥାନା ଅଧୀନ ବାସୁଆଘାଇ ବସ୍ତି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପିଟି ପିଟି ହତ୍ୟା କରିଛନ୍ତି । ମହିଳାଙ୍କୁ ତାଙ୍କ ଅତି ନୃସଂଶ ଭାବେ ହତ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ସହିଦନଗର ଥାନା ପୋଲିସ୍ ଗିରଫ କରିଛି । ସେହିପରି ମୃତ ମହିଳା ତଥା ତାଙ୍କ ପତ୍ନୀଙ୍କ ନାମ ନିଳିମା ବୋଲି ଜଣାପଡ଼ିଛି । ଗତକାଲି କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ କ୍ରମଶଃ ଏହି ବଚସା ଉଗ୍ର ରୂପ ଧାରଣ କରିଥିଲା । ସୌଭାଗ୍ୟ ତାଙ୍କ ପତ୍ନୀଙ୍କୁ ପ୍ରଥମେ ହାତରେ ମାଡ଼ ମାରିଥିବା ବେଳେ ପରବର୍ତ୍ତୀ ସମୟରେ ପାଖରେ ଥିବା ଏକ ଓଜନିଆ ଲୁହା ରଡ୍‌ରେ ତାଙ୍କ ମାଡ଼ ମାରିଥିଲେ । ଫଳରେ ଏଥିରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ୍ ଆଜି ସକାଳୁ ପହଞ୍ôଚ ଶବ ଜବତ କରିବା ସହ ସୌଭାଗ୍ୟଙ୍କୁ ଗିରଫ କରିଛି । ତେବେ ବଚସାର କାରଣ ଏଯାବତ୍ ଜଣାପଡ଼ିନଥିବାବେଳେ ପୋଲିସ୍ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking