29.1 C
Bhubaneswar
Saturday, May 4, 2024
Homeଓଡିଶାଶୁଦ୍ଧିକାର୍ଯ୍ୟକୁ ଯାଉଥିଲେ: ବସ୍ ଚକାତଳେ ପଡ଼ି ମହିଳାଙ୍କ ମୃତ୍ୟୁ

ଶୁଦ୍ଧିକାର୍ଯ୍ୟକୁ ଯାଉଥିଲେ: ବସ୍ ଚକାତଳେ ପଡ଼ି ମହିଳାଙ୍କ ମୃତ୍ୟୁ

ଭଞ୍ଜନଗର: ଜଣେ ସମ୍ପର୍କୀୟଙ୍କ ଶୁଦ୍ଧିକାର୍ଯ୍ୟରେ ଯୋଗ ଦେବାପାଇଁ ଘରୁ ବାହାରି ବସ୍‌ରେ ଯାଉଥିଲେ । କିଛି ସମୟ ପରେ ପହଞ୍ôଚଥାନ୍ତେ । ନିର୍ଦ୍ଧାରିତ ସ୍ଥାନରେ ବସ୍‌ରୁ ଓହ୍ଲାଉଥିବା ବେଳେ ଖସିପଡ଼ିଲେ ଯାତ୍ରୀ । ବସ୍‌ର ଚକା ତଳେ ପଡ଼ି ଜୀବନ ହରିଲେ ଜନୈକ ମହିଳା ଯାତ୍ରୀ । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସୋରଡ଼ା-ଭଞ୍ଜନଗର ରାସ୍ତାର ମରେଇପାଟ ଗାଁ ଛକ ନିକଟରେ ଘଟିଛି । ମୃତ ମହିଳା ଜଣକ ବଡ଼ଗଡ଼ ଥାନା ଅନ୍ତର୍ଗତ ବାଦପୁର ଗ୍ରାମର ଅସ୍ତମା ନାୟକ (୪୫) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ବାଦପୁର ଗ୍ରାମରୁ ବାହାରି ସୋରଡ଼ାରୁ ଭଞ୍ଜନଗର ଅଭିମୂଖେ ଯାଉଥିବା ଏକ ଘରୋଇ ବସ୍‌ରେ ଅସ୍ତମା ନାୟକ ଏବଂ ସ୍ୱାମୀ ମୋହନ ନାୟକ ଜନୈକ ସମ୍ପର୍କୀୟଙ୍କ ଶୁଦ୍ଧିକାର୍ଯ୍ୟରେ ଯୋଗ ଦେବାକୁ ମରେଇପାଟ ଗାଁକୁ ଯାଉଥିଲେ ।

ମରାଇପାଟ ଛକ ନିକଟରେ ବସ୍‌ରୁ ଓହ୍ଲାଉଥିବା ବେଳେ ଅସ୍ତମା ଖସି ପଡ଼ିଥିଲେ । ବସ୍‌ର ପଛ ଚକରେ ପଡ଼ିଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ବସ୍‌ର ଡ୍ରାଇଭର ଓ କର୍ମଚାରୀ ଫେରାର ହୋଇଯାଇଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ମରାଇପାଟ ନିକଟରେ ରାସ୍ତା ଅବରୋଧ କରିଥିଲେ । ଫଳରେ ସୋରଡ଼ା-ଭଞ୍ଜନଗର ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୁଲିସ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ କରିବା ସହ ସମ୍ପୃକ୍ତ ବସ୍‌କୁ ଜବତ କରିଛି ପୁଲିସ । ଏ ନେଇ ଗାଙ୍ଗପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking