30.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗବରିଷ୍ଠ କଂଗ୍ରେସ ନେତା ମାଧବ ସିଂହ ସୋଳଙ୍କୀଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତା ମାଧବ ସିଂହ ସୋଳଙ୍କୀଙ୍କ ପରଲୋକ

ନୂଆଦିଲ୍ଲୀ: ଗୁଜୁରାଟର ୪ ଥର ମୁଖ୍ୟମନ୍ତ୍ରୀ ହୋଇସାରିଥିବା କଂଗ୍ରେସର ବରିଷ୍ଠ ନେତା ମାଧବ ସିଂ ସୋଳଙ୍କୀଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ସାମାଜିକ ସେବା ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି । ଦଶନ୍ଧି ଧରି ଗୁଜୁରାଟ ରାଜନୀତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସମାଜରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବଦା ସ୍ମରଣ କରାଯିବ । ଏମିତି ଦୁଃଖ ସମୟରେ ମାଧବ ସିଂହ ସୋଳଙ୍କୀଙ୍କ ପୁଅ ଭାରତ ସୋଳଙ୍କୀଙ୍କ ସହ କଥା ହୋଇ ନିଜ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି, ‘ଶ୍ରୀ ମାଧବ ସିଂ ସୋଳଙ୍କୀ ଜଣେ ପ୍ରତିଷ୍ଠିତ ନେତା ଥିଲେ । ଯିଏକି ଦଶନ୍ଧି ଧରି ଗୁଜୁରାଟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସମାଜ ପାଇଁ ତାଙ୍କ ସମୃଦ୍ଧ ସେବା ଯୋଗୁଁ ତାଙ୍କୁ ସ୍ମରଣ କରାଯିବ । ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking