33.1 C
Bhubaneswar
Wednesday, April 24, 2024
HomeUncategorizedହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ବିଷୟରେ ଜାଣନ୍ତୁ

ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ଫେସବୁକ ମାଲିକାନାରେ ଥିବା ମେସେଜିଂ ଆପ୍ ହ୍ୱାଟସଆପ କହିଛି ଯେ, ଏହାର ନୂତନ ପ୍ରାଇଭେସି ଅପଡେଟ ବିଶ୍ୱର ଯେଉଁଠାରେ ବି ଲୋକମାନେ ବନ୍ଧୁ ଓ ପରିବାର ସହିତ ବ୍ୟକ୍ତିଗତ ଭାବରେ ଯୋଗାଯୋଗ କରିବେ ତାକୁ ପ୍ରଭାବିତ କରିବ ନାହିଁ । ଏହି ଅପଡେଟ ଲୋକଙ୍କ ପାଇଁ କ୍ରୟ କରିବା ଓ ମେସେଜିଂ ପ୍ଲାଟଫର୍ମରେ ବ୍ୟବସାୟରୁ ସହାୟତା ପାଇବା ସହଜ କରିବ ବୋଲି କମ୍ପାନୀ ମୁଖପାତ୍ର ଶୁକ୍ରବାର ଦିନ କହିଛନ୍ତି । ଅଧିକାଂଶ ଲୋକେ ବନ୍ଧୁ ଓ ପରିବାର ସହିତ ଚାଟ୍ କରିବା ପାଇଁ ହ୍ୱାଟସଆପର ବ୍ୟବହାର କରୁଥିବା ବେଳେ ଲୋକମାନେ ମଧ୍ୟ ବ୍ୟବସାୟରେ ପହଂଚୁଛନ୍ତି । ପ୍ରାଇଭେସି ପଲିସିକୁ ଆମେ ଅପଡେଟ କରିଛୁ । ଯାହାଦ୍ୱାରା ବ୍ୟବସାୟୀମାନେ ଆମ ପ୍ୟାରେଣ୍ଟ କମ୍ପାନୀ ଫେସବୁକ ଠାରୁ ହ୍ୱାଟସଆପରେ ସେମାନଙ୍କ ଗ୍ରାହକଙ୍କ ସହ ଯୋଗାଯୋଗ ପରିଚାଳନାରେ ସାହାଯ୍ୟ କରିବାକୁ ସୁରକ୍ଷିତ ହୋଷ୍ଟିଂ ସେବା ଗ୍ରହଣ କରିବାକୁ ବାଛିପାରିବେ ବୋଲି ମୁଖପାତ୍ର କହିଛନ୍ତି । ହ୍ୱାଟସଆପରେ ଏକ ବ୍ୟବସାୟ ସହିତ ମେସେଜ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ଉପଭୋକ୍ତାଙ୍କ ଉପରେ ରହିଛି ବୋଲି ମୁଖପାତ୍ର କହିଛନ୍ତି । କମ୍ପାନୀ ପରିବର୍ତ୍ତନ ଗୁଡିକ ବିଷୟରେ ହ୍ୱାଟସଆପ ମାଧ୍ୟମରେ ଉପଭୋକ୍ତାମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରୁଛି । ଯାହାଦ୍ୱାରା ସେମାନେ ଆସନ୍ତା ମାସରେ ନୂତନ ନୀତିର ସମୀକ୍ଷା କରିପାରିବେ । ସୋମବନାର ଘୋଷିତ ହ୍ୱାଟସଆପର ନୂତନ ପ୍ରାଇଭେସି ପଲିସି ପ୍ୟାରେଣ୍ଟ କମ୍ପାନୀ ଫେସବୁକ ସହିତ ଡାଟା ସେୟାରିଂ ନେଇ ଚିନ୍ତା ବଢାଇଛି । ପ୍ରାଇଭେସି ଏକ୍ସପର୍ଟ କହିଛନ୍ତି ଯେ, ଏହା ମେସେଜିଂ ଆପକୁ ଫେସବୁକ ସହିତ ଅଧିକ ବ୍ୟବସାୟିକ ଇପଭୋକ୍ତା ତଥ୍ୟ ଅଂଶୀଦାର କରିବାକୁ ସକ୍ଷମ କରିବ । ଉପଭୋକ୍ତା ଯେଉଁମାନେ ଅପଡେଟ ହୋଇଥିବା ଗୋପନୀୟତା ନୀତି ଗ୍ରହଣ କରିବେନି, ଯାହା ଫେବୃୟାରୀରୁ ଲାଗୁ ହେବ, ସେମାନେ ଏହି ସପ୍ତାହରେ କିଛି ଭାରତୀୟ ଉପଭୋକ୍ତାଙ୍କୁ ପଠାଯାଇଥିବା ଆଲର୍ଟ ଅନୁଯାୟୀ ପ୍ଲାଟଫର୍ମରେ ଚାଟ ପ୍ରବେଶ କରିପାରିବେ ନାହିଁ । ଫେସବୁକ ସହତି ଡାଟା ସେୟାରିଂ ବ୍ୟକ୍ତିଗତକରଣ ଓ ଗ୍ରୁପର ଏକାଧିକ ସାମାଜିକ ପ୍ଲାଟଫର୍ମରେ ପ୍ରାସଙ୍ଗିକ ବିଜ୍ଞାପନର ପ୍ରଦର୍ଶନକୁ ସାହାଯ୍ୟ କରିବ ବୋଲି ହ୍ୱାଟସଆପ ଜାନୁଆରୀ ୪ ରେ ଏକ ବ୍ଲଗ ପୋଷ୍ଟରେ କହିଛି । ଯେଉଁଥିରେ ବ୍ୟବହାରକାରୀଙ୍କୁ ଫେସବୁକ ପେ ଆକାଉଣ୍ଟ ଭଳି ସେବା ଯୋଗାଇବା ପାଇଁ ଓକ୍ଷମ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking