33.1 C
Bhubaneswar
Tuesday, April 30, 2024
Homeଅପରାଧ  ଚୋରି କରିଥିବା ସ୍ୱୀକାର ନ କରିବାରୁ ସୁରକ୍ଷାକର୍ମୀ କଲେ ଏମିତି..

  ଚୋରି କରିଥିବା ସ୍ୱୀକାର ନ କରିବାରୁ ସୁରକ୍ଷାକର୍ମୀ କଲେ ଏମିତି..

ଛତିଶଗଡ: ଛତିଶଗଡ କୋରବା ଜିଲ୍ଲାରେ କଥିତ ଭାବରେ ଚୋରି କରିଥିବା ସନ୍ଦେହରେ ଘରୋଇ କମ୍ପାନୀର ସୁରକ୍ଷା କର୍ମୀ ଦୁଇ ଜଣଙ୍କୁ ବାନ୍ଧି ଧୂମ ପିଟିଥିବା ଖବର ସାମ୍ନାକୁ ଆସିଛି । ପୁଲିସ ଏବେ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଥିବା ସୂଚନା ମିଳିଛି । କୋରବା ଜିଲ୍ଲା ପୁଲିସ ଅଧିକାରୀ କହିଛନ୍ତି, ଜିଲ୍ଲାର କୁସମୁଣ୍ଡା ଥାନା ଅନ୍ତର୍ଗତ ସାଉଥ ଇଷ୍ଟର୍ଣ୍ଣ  କୋଲଫିଲ୍ଡସ ଲିମିଟେଡ ଅଂଚଳରେ ଚୋରୀ କରିଥିବା ସ୍ୱୀକାର କରାଇବାକୁ ଯାଇ ସୁଭାଷ ରାମ ସିଦାରଙ୍କୁ ପିଟିଥିବା ଆରୋପରେ ପୁଲିସ ରାଜେଶ ସିଂ ରାଜପୁତ୍‌, ଗୋବର୍ଦ୍ଧନ କୁମାର ସାହୁ ଓ ଅଶୋକ କୁମାର କଶ୍ୟପଙ୍କୁ ଗିରଫ କରିଛି । ପୁଲିସକୁ ସୂଚନା ମିଳିଛି ଯେ, ଏହି ମାସ ୧୭ ତାରିଖରେ ସୁଭାଷ ରାମ ସିଦାର ନିଜର ଆଉ ଜଣେ ସାଥୀ ହୀରା ବହାଦୂରଙ୍କ ସହିତ କୁସମୁଣ୍ଡା ଖାଦାନ ଅଂଚଳରେ ବିଶ୍ୱକର୍ମା ପୂଜା ଦେଖିବାକୁ ଯାଇଥିଲା । ଯେତେବେଳେ ସୁଭାଷ ଓ ହୀରା ଘରକୁ ଫେରୁଥିଲେ, ସେତେବେଳେ ଘରୋଇ କମ୍ପାନୀର ଦୁଇ ସୁରକ୍ଷା କର୍ମୀ ଦୁହିଁଙ୍କୁ ଧରି କମ୍ପାନୀ କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ପୋଲିସ ଅଧିକାରୀ ଆହୁରୀ ମଧ୍ୟ କହିଛନ୍ତି, ଦୁଇ ସୁରକ୍ଷା କର୍ମୀ ସୁଭାଷ ଓ ହୀରାକୁ ଲୁହା ଚୋରୀ ଅପରାଧ ସ୍ୱୀକାର କରିବା ପାଇଁ କହିଥିଲେ । ସେମାନେ ଯେତେବେଳେ ଏହାକୁ ସ୍ୱୀକାର କରିନଥିଲେ, ପରେ ଦୁହିଁଙ୍କୁ ଏକ ଖୁଂଟରେ ବାନ୍ଧି ପିଟିବା ଆରମ୍ଭ କରିଥିଲେ । ଆଉ ଏହାପରେ ଆଉ ଦୁଇ ସୁରକ୍ଷା କର୍ମୀ ସେଠାରେ ପହଂଚି ୪ ଜଣ ମିଶି ଧୂମ ପିଟିଥିଲେ ।
ପରେ ସୁଭାଷ ୧୮ ତାରିଖରେ ଥାନାରେ ପହଂଚି ଏନେଇ ଏତଲା ଦେଇଥିଲା . ସୋମବାର ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ଅଧିକାରୀ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking