ବଲାଙ୍ଗୀର : ବ୍ରିଜ ତଳକୁ ସ୍କୁଟି ଖସିବାରୁ ଆଖି ବୁଜିଲେ ଚାଳକ । ଏଭଳି ଏକ ଦୁର୍ଘଟଣା ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ପାଣ୍ଡେନ ଗାଁରେ ଘଟିଛି । ମୃତକ ଜଣଙ୍କ ଚନାବେଡା ଗାଁର ଭବାନୀ ଷଡଙ୍ଗୀ । ଭବାନୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ । ହେଲେ ବ୍ରିଜ ନିକଟରେ ସ୍କୁଟିର ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା । ଫଳରେ ସେ ଗୁରୁତର ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ତୁରେକେଲା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କର ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।