33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ

ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତି ହୋଇନି ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମହାରାଷ୍ଟ୍ର,ଗୁଜୁରାଟ ଭଳି ରାଜ୍ୟ ମାନଙ୍କରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଲୋଚନା କରାଯାଉଛି । ପୁର୍ବର୍ରୁ ନବମ, ଦଶମ , ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲସାରିିଛି । ତେବେ ଅନ୍ୟ ଶ୍ରେଣୀ ଖୋଲିବା ପାଇଁ କୌଣସି ନିଷ୍ପତି ହୋଇନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତିି ।

ରାଜ୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସ ଏବେ କରାଯାଉଛି ଓ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ଭାବରେ ପାଠପଢା ହେଉଛି । ତେବେ କୋରନା କଟକଣାକୁ ଦୃଷ୍ଟିରେ ରଖି ଅନ୍ୟ ଶେଣୀ ଗୁଡିକ ଖୋଲାଯିବ ଓ ଏବେ ସେନେଇ କୌଣସି ନିଷ୍ପତି ଏବେଯାଏଁ ନିଆଯାଇନାହିଁ ବାଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking