37.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗରବିବାରରେ ହେଉଛି ବିଦ୍ୟାଳୟ ପାଠପଢା

ରବିବାରରେ ହେଉଛି ବିଦ୍ୟାଳୟ ପାଠପଢା

ଭୁବନେଶ୍ୱର: ବିଦ୍ୟାଳୟ ଗୁଡ଼ିକ ଖୋଲିଲା ପରେ ଆଜି ରବିବାରରେ ମଧ୍ୟ ହେଉଛି ପାଠପଢା । ବିଦ୍ୟାଳୟକୁ ଆସିଛନ୍ତି ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ । କୋରନା କଟକଣାକୁ ଆଖିରେ ରଖିି ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ ଓ ଶୌଚାଳୟ ପ୍ରସ୍ତୁତ ରଖାଯାଇଛି । ଏହାସହ ବିଦ୍ୟାଳୟ ପରିସରକୁ ବିଶୋଧନ କରାଯାଉଛି । ତେବେ ଶ୍ରେଣୀ ଗୃହ ଗୁଡ଼ିକରେ ସାମାଜିକ ଦୁରତା ରକ୍ଷା ପୁର୍ବକ ବସିବାର ପ୍ରବନ୍ଧ କରାଯାଇଛି । ଶେଣୀଗୃହ ଗୁଡିକରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବାର ବ୍ୟବସ୍ଥା ରହିଛି । ଏହାସହ ବିଦ୍ୟଳୟକୁ ପ୍ରବେଶ କରିବା ପୁର୍ବରୁ ଥର୍ମାଲ ସ୍କ୍ରିନିଂ କରାଯାଉଛି ।
ସୂଚନାଯୋଗ୍ୟଯେ ବିଦ୍ୟାଳୟ ଗୁଡ଼ିକ କୋରନା ମହମାରୀ ପାଇଁ ଦିର୍ଘ ୯ ମାସ ଧରି ବନ୍ଦ ରହିଥିଲା । ତେବେ ବିଦ୍ୟାଳୟ ଗୁଡ଼ିକ ଖୋଲିବା ସହିତ ୧୦୦ ଦିନର ପାଢପଢା ପାଇଁ ଗାଇଡ଼ ଲାଇନ ଜାରି କରାଯାଇଥିଲା । ଏଥିରେ ରବିବାରରେ ମଧ୍ୟ ପାଠପଢା ହେବ ବୋଲି କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking