29.1 C
Bhubaneswar
Monday, May 6, 2024
Homeଅପରାଧସରପଞ୍ଚ ପ୍ରତିନିଧିଙ୍କୁ ଆଖିବୁଜା ଗୁଳି ଚାଳନା

ସରପଞ୍ଚ ପ୍ରତିନିଧିଙ୍କୁ ଆଖିବୁଜା ଗୁଳି ଚାଳନା

ନୂଆଦିଲ୍ଲୀ: ଫତେହାବାଦ ଭୁନା ଖଣ୍ଡ ଗାଁ କାସା ପଠାନାର ସରପଂଚ ପ୍ରତିନିଧି ୨୫ ବର୍ଷୀୟ ପଙ୍କଜ କୁମାରଙ୍କୁ ମୋଟରସାଇକେଲରେ ୩ ଦୁର୍ବୃତ୍ତ ଆସି ଆଖିବୁଜା ଗୁଳି ଚାଳନା କରି ହତ୍ୟା କରିଛନ୍ତି । ଆକ୍ରମଣକାରୀ ପଙ୍କଜକୁ ଜଣକ ପରେ ଜଣେ ପ୍ରାୟ ୧୫ଟି ଗୁଳି କରିଥିଲେ । ଯାହାଦ୍ୱାରା ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା । ସ୍ଥାନୀୟ ଲୋକଙ୍କ ଅନୁସାରେ ଅତି ନିର୍ଦ୍ଦୟ ଭାବରେ ତାଙ୍କର ହତ୍ୟା କରାଯାଇଛି । ଏହାପରେ ଅଭିଯୁକ୍ତମାନେ ରାସ୍ତା ମଝିରେ ଖୁସି ମନାଇଥିଲେ । ମୃତକର ବଡ ଭାଇ ରାଜେଶ ଓରଫ ରାଜା ମଦ ଠିକାଦାର ଥିଲା ।
ସୂଚନା ଅନୁସାରେ, ପଙ୍କଜ କୁମାର ବୁଧବାର ବିଳମ୍ବିତ ରାତିରେ ଡୁଲ୍ଟ ରୋଡରେ ନିଜ ଗାଁ ଖାସା ପଠାନାକୁ କାରରେ ଯାଉଥିଲା । ଗାଁର ନିକଟତର ହେଲା ବେଳକୁ ଗାଡି ହଠାତ ପଂଙ୍କଚର ହୋଇ ଯାଇଥିଲା । କାରରୁ ଓହ୍ଲାଇ ପଙ୍କଜ କୁମାର ଟାୟାର ଚେକ କରୁଥିଲେ । ସେହି ସମୟରେ ପଛପଟୁ ବୁଲେଟରେ ଥିବା ୩ ଜଣ ଯୁବକ ଆସି ତାଙ୍କୁ ଗାଲି ଗୁଲଜ କରିବା ସହ ଫାୟାରିଂ ଆରମ୍ଭ କରି ଦେଇଥିଲେ । ନିଜ ଜୀବନ ବଂଚାଇବା ପାଇଁ ପଙ୍କଜ ନିକଟସ୍ଥ ବଳରାଜ ସିଂଙ୍କ ଘରକୁ ଯିବାକୁ ଚେଷ୍ଟା କରିଥିଲେ । ହେଲେ ଆକ୍ରମଣକାରୀ ଆଖିବୁଜା ଗୁଳି ଚାଳନା କରିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ହେଲମେଟ ପିନ୍ଧିଥିଲା । ଫାୟାରିଂ ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଂଚି ପଙ୍କଜକୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟମାର ସୂଚନା ମିଳିବା ପରେ ଡିଏସପି ଅଜାୟବ ସିଂ ଓ ଥାନା ଅଧ୍ୟକ୍ଷ କପିଲ କୁମାର ସିହାଗ ପଂହଚିଥିଲେ । ଗୁରୁବାର ସିନ ଅଫ କ୍ରାଇମର ଇନଚାର୍ଜ ଜୋଗେନ୍ଦର ସିଂ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରିଥିଲେ । ଭୁନା ଥାନା ଅଧିକାରୀ କପିଲ ସିହାଗ କହିଛନ୍ତି ଯେ, ପୁଲିସ ମୃତକଙ୍କ ପିତା ସୋମନାଥଙ୍କ ବୟାନ ଆଧାରରେ ଦୁଇ ତିନି ଜଣ ଅଜଣା ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking