29.1 C
Bhubaneswar
Sunday, May 19, 2024
Homeଅପରାଧ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ସଂପର୍କୀୟ ଚାଚା

୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ସଂପର୍କୀୟ ଚାଚା

ଉତ୍ତରପ୍ରଦେଶ: ଦିନକୁ ଦିନ ଦେଶରେ ଦୁଷ୍କର୍ମ ଭଳି ଜଘନ୍ୟ ଘଟଣା ବଢିବାରେ ଲାଗିଛି । କାହାକୁ ବି ଛାଡୁନି ଦୁଷ୍କର୍ମକାରୀ । ଏହି ପରିପ୍ରେକ୍ଷୀରେ ୟୁପିରେ ଜାଲୌନ ଜିଲ୍ଲା ନନ୍ଦୀଗାଁ ଥାନା ଅନ୍ତର୍ଗତ ଏକ ଗାଁ ରେ ଜଣେ ୬ ବର୍ଷର ନାବାଳିକା ସହ ତାର ସଂପର୍କୀୟ ଚାଚା ଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣା ପରେ ଅଭିଯୁକ୍ତ ଚାଚା ଫେରାର ରହିଛି । ବୁଧବାର ସନ୍ଧ୍ୟା ୪ଟାରେ ଗାଁ ରେ ରହୁଥିବା ଅଧେଡ ପଡୋଶୀ ଘର ବାହାରେ ଖେଳୁଥିବା ୬ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ ନିଜ ରୁମକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା ।  ଏହାପରେ ପିଲାଟି କାନ୍ଦି କାନ୍ଦି ଘରେ ପହଂଚି ଏ ସମସ୍ତ ଘଟଣା ସଂପର୍କରେ କହିଥିଲା । ସୂଚନା ମିଳିବା ପରେ ପରିବାର ଲୋକେ ଥାନାକୁ ଖବର ଦେଇଥିଲେ । ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରିଥିଲେ । ଏବେ ନାବାଳିକାର ମେଡିକାଲ ଯାଂଚ ପାଇଁ ପଠା ଯାଇଥିବା ପୁଲିସ କହିଛି । ପରିବାର ଲୋକେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking