38.1 C
Bhubaneswar
Friday, April 26, 2024
Homeଅପରାଧମା’ଝିଅ ନିଖୋଜ ଘଟଣା; ଜ୍ୱାଇଁ ଓ ସମୁଦୂଣୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ପୂଜାଙ୍କ ମା’

ମା’ଝିଅ ନିଖୋଜ ଘଟଣା; ଜ୍ୱାଇଁ ଓ ସମୁଦୂଣୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ପୂଜାଙ୍କ ମା’

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ଧମାସ୍ଥିତ ବାପଘରକୁ ଆସି ମଙ୍ଗଳବାର ମଧ୍ୟାହ୍ନରୁ ନିଖୋଜ ଥିବା ପୂଜା ଅଗ୍ରୱାଲ ଓ ତାଙ୍କ ଅଢ଼େଇ ବର୍ଷର ଝିଅ ସାନଭିଙ୍କ ୪୮ ଘଂଟା ପରେ ମଧ୍ୟ ଠାବ କରାଯାଇପାରିନାହିଁ । ପୂଜା ଝିଅକୁ ଧରି ସମ୍ବଲପୁର ନେଲସନ ମାଣ୍ଡେଲା (କଚେରୀ) ଛକ ନିକଟ ମହାନଦୀ ବ୍ରିଜରୁ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ ଦୃଷ୍ଟିରୁ ବୁଧବାର ମଧ୍ୟ ଅଗ୍ନିଶମ ଓ ଓଡ୍ରାଫ ଟିମର ଯବାନମାନେ ମହାନଦୀରେ ଖୋଜା ଖୋଜି ଜାରି ରଖିଛନ୍ତି । ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ କମ କରାଯିବା ସହ ମହାନଦୀରେ ଜଳପ୍ରବାହ ହ୍ରାସ ପାଇବା ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ।
ଅପରପକ୍ଷେ ବୁଧବାର ପୂଜାଙ୍କ ମା’ ମୀନା ସୌନ୍ଦର୍ଯ୍ୟ, ଶାଶୂଘର ଲୋକଙ୍କ ଲାଂଛନା ଓ ମାନସିକ ନିର୍ଯାତନା ଯୋଗୁଁ ତାଙ୍କ ଝିଅ ପୂଜା ନାତୁଣୀକୁ ଧରି ଆତ୍ମହତ୍ୟା କରିଥିବା ସନ୍ଦେହ ପ୍ରକଟ କରିଛନ୍ତି । ସେ ଏନେଇ ଧମା ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୁଲିସ ଅଭିଯୋଗ ସମ୍ବନ୍ଧରେ ମୀନାଙ୍କ ମା’ ଘର ପରିବାରକୁ ପଚରାଉଚୁରା କରିଥିବା ଜଣାପଡ଼ିଛି । ପୂଜାଙ୍କ ମା’ ଧମା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଚାରି ବର୍ଷ ତଳେ କେସିଙ୍ଗାର ବୁଧୁରାମ ଅଗ୍ରୱାଲଙ୍କ ପୁଅ ବରୁଣଙ୍କ ସହ ପୂଜାଙ୍କ ବିବାହ ପରେ ପରେ ସ୍ୱାମୀ ବରୁଣ ପୂଜାଙ୍କୁ ନିର୍ଯାତନା ଦେଉଥିଲେ । ପୂଜା ଏନେଇ ବାପା ମା’ଙ୍କୁ ମଝି ମଝିରେ ଜଣାଉଥିଲେ । ଜୁନ ୨୨ ତାରିଖରେ ଭାଇ ସୁମିତ କେସିଙ୍ଗା ଯାଇ ପୂଜା ଓ ସାନଭିଙ୍କୁ ଧାମା ଆଣିଥିଲେ । ସେମାନେ ପୂଜାଙ୍କୁ ବୁଝାଶୁଝା କରି ସମାଧାନ ପାଇଁ ଚେଷ୍ଟା କରୁଥିବାବେଳେ ସୋମବାର ମଧ୍ୟାହ୍ନରେ ପୂଜା ଶେଷଥର ପାଇଁ ଫୋନରେ କଥା ହୋଇଥିଲେ । ଏଡାପରେ ଝିଅକୁ ନେଇ ବୁଲିବାକୁ ଯାଉଛି କହି ଆଉ ଘରକୁ ଫେରି ନଥିଲେ । ତେଣୁ ମାନସିକ ନିର୍ଯାତନା କାରଣରୁ ପୂଜା ଛୋଟ ଝିଅକୁ ଧରି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ମିନା ତାଙ୍କ ଅଭିଯୋଗରେ ସନ୍ଦେହ କରିବା ସହ ସେଥିପାଇଁ ଜ୍ୱାଇଁ ବରୁଣ ଓ ସମୁଧୁଣୀଙ୍କୁ ଦାୟୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking