29.1 C
Bhubaneswar
Monday, May 6, 2024
Homeଓଡିଶାସମ୍ବଲପୁରରେ ସର୍ବାଧିକ କରୋନା ପଜେଟିଭ୍‌

ସମ୍ବଲପୁରରେ ସର୍ବାଧିକ କରୋନା ପଜେଟିଭ୍‌

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩୧ ଜଣ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪ ଜଣ, ବାଲେଶ୍ୱରରୁ ୧୪ ଜଣ, ଭଦ୍ରକରୁ ୧ ଜଣ, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧ ଜିଲ୍ଲାରୁ ୧, କଟକରୁ ୯ ଜଣ, ଢେଙ୍କାନାଳରୁ ୨ ଜଣ, ଗଜପତିରୁ ୨୨, ଗଞ୍ଜାମରୁ ୧ ଜଣ, ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୬ ଜଣ, ଝାରସୁଗୁଡ଼ାରୁ ୧୬ ଜଣ, କଳାହାଣ୍ଡିରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୧ ଜଣ,  ଖୋର୍ଦ୍ଧାରୁ ୮ ଜଣ, କୋରାପୁଟରୁ ୩ ଜଣ, ମୟୁରଭଞ୍ଜରୁ ୬ ଜଣ, ନବରଙ୍ଗପୁରରୁ ୧ ଜଣ, ନୂଆପଡ଼ାରୁ ୮ ଜଣ, ପୁରୀରୁ ୧ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୩୧ ଜଣ, ସୁନ୍ଦରଗଡ଼ରୁ ୧୪ ଜଣ ଓ ଷ୍ଟେଟ ପୁଲରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ବର୍ତ୍ତମାନ ପର‌୍ୟ୍ୟନ୍ତ ରାଜ୍ୟରେ ୧୨, ୮୫, ୨୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୭୩, ୭୩୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨,୩୪୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking