40.1 C
Bhubaneswar
Saturday, April 27, 2024
Homeଖେଳରସେଲ୍‌ଙ୍କ ଅଲରାଉଣ୍ଡ ପ୍ରଦର୍ଶନ, କେକେଆରର ସଂଘର୍ଷପୂର୍ଣ୍ଣ ବିଜୟ

ରସେଲ୍‌ଙ୍କ ଅଲରାଉଣ୍ଡ ପ୍ରଦର୍ଶନ, କେକେଆରର ସଂଘର୍ଷପୂର୍ଣ୍ଣ ବିଜୟ

କୋଲକାତା : ସନରାଇଜର୍ସ ହାଇଦ୍ରାବାଦକୁ ସଂଘର୍ଷପୂର୍ଣ୍ଣ ୪ ରନ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି କୋଲକାତା ନାଇଟ ରାଇଡର୍ସ(କେକେଆର୍‌)। ପ୍ରଥମେ ବ୍ୟାଟିଂ କରି କେକେଆର ୭ ଉଇକେଟରେ ୨୦୮ ରନ୍‌ କରିଥିଲା। ଜବାବରେ ସନରାଇଜର୍ସ ୭ ଉଇକେଟରେ ୨୦୪ ରନ୍‌ କରିଥିଲା। ଅନ୍ତିମ ୪ ଓଭରରେ ୭୬ ରନ୍‌ ଆବଶ୍ୟକ ଥିବା ବେଳେ ହେନରିଚ୍‌ କ୍ଲାସେନ୍‌ ଧୂଆଁଧାର ୬୩ ରନ୍‌ କରିଥିଲେ। ତେବେ ଶେଷ ଓଭରରେ ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ବଳରେ କେକେଆର ବିଜୟୀ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା କେକେଆର ୫୧ ରନ୍‌ରେ ୪ ଟପ୍‌ ଅର୍ଡର ଖେଳାଳିଙ୍କୁ ହରାଇଥିଲା। ତେବେ ଆନ୍ଦ୍ରେ ରସେଲଙ୍କ ୬୪*, ଫିଲ୍‌ ସଲ୍ଟଙ୍କ ୫୪ ଓ ରମଣଦୀପ ସିଂଙ୍କ ୩୫ ରନ୍‌ ବଳରେ କେକେଆର ୨୦୮ ରନ୍‌ରେ ପହଞ୍ଚିଥିଲା। ଆନ୍ଦ୍ରେ ରସେଲ୍‌ ମାତ୍ର ୨୫ ବଲ ଖେଳି ସେ ୩ ଚୌକା ଓ ୭ ଛକା ମାରିଥିଲେ। ସନରାଇଜର୍ସ ପକ୍ଷରୁ ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଓ ଅଭିଷେକ ଶର୍ମା ୩୨ରନ୍‌ ଲେଖାଏ କରିଥିଲେ।

ଅନ୍ତିମ ୪ ଓଭରରୁ ୭୬ ରନ୍‌ ଆବଶ୍ୟକ ଥିବା ବେଳେ କେକେଆର ସହଜ ବିଜୟ ହାସଲ କରିବା ଆଶା କରା ଯାଉଥିଲା। ମାତ୍ର କ୍ଲାସେନ୍‌ ୨୯ ବଲ୍‌ ଖେଳି ୮ ଛକା ସହ ୬୩ ରନ୍‌ କରିଥିଲେ। ଅନ୍ତିମ ୨ ବଲ୍‌ରୁ ୫ ରନ୍‌ ଆବଶ୍ୟକ ଥିବା ବେଳେ କ୍ଲାସେନ୍‌ ଆଉଟ ହୋଇଥିଲେ। କେକେଆର ପକ୍ଷରୁ ହର୍ଷିତ ରାଣା ୩, ଆନ୍ଦ୍ରେ ରସେଲ୍‌ ୨, ସୁନୀଲ ନାରିନ୍‌ ଓ ବରୁନ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking