40.1 C
Bhubaneswar
Saturday, April 27, 2024
Homeଓଡିଶାଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ରାଜସ୍ବ ନୀରିକ୍ଷକଙ୍କୁ ୪ ବର୍ଷ ଜେଲ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ରାଜସ୍ବ ନୀରିକ୍ଷକଙ୍କୁ ୪ ବର୍ଷ ଜେଲ

କେନ୍ଦୁଝର : ଜଣେ ହିତାଧିକାରୀଙ୍କ ଜମି ଚିହ୍ନଟ ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିବା ସଦର ତହସିଲ ରାଇସୁଆଁର ପୂର୍ବତନ ରାଜସ୍ୱ ନୀରିକ୍ଷକ ବାଞ୍ଛାନିଧି ଶତପଥୀଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ କେନ୍ଦୁଝର ଶନିବାର ୪ବର୍ଷ ଜେଲ୍‌‌ ଦଣ୍ଡାଦେଶ କରିଛନ୍ତି। ହର୍ଷପୁର ଗ୍ରାମର ଅଜିତ କୁମାର ନାଏକ ଜମି ଚିହ୍ନଟ ପାଇଁ ଆବେଦନ କରିଥିବା ବେଳେ ଉକ୍ତ ଜମି ଚିହ୍‌‌ନଟ ପାଇଁ ରାଜସ୍ୱ ନୀରିକ୍ଷକ ଶ୍ରୀ ଶତପଥୀ ୧୧ ଅପ୍ରେଲ ୨୦୧୭ରେ ୨ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ।

ଏହି ମାମଲାରେ ମୋଟ ୧୨ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟକୁ ଭିତ୍ତିକରି ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ କେନ୍ଦୁଝରର ବିଚାରପତି ରଶ୍ମୀତା ଦଳାଇ ଶନିବାର ଚୂଡାନ୍ତ ଶୁଣାଣୀ କରି ଅଭିଯୁକ୍ତ ରାଜସ୍ୱ ନୀରିକ୍ଷକ ଶ୍ରୀ ଶତପଥୀଙ୍କୁ ଦୋଷୀ ସାବ୍ୟସ୍ତ କରି ୪ବର୍ଷ ଜେଲ ଓ ୨ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୨ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ଦେବଦତ୍ତ ବିଶ୍ୱାଳ ମକଦ୍ଦମା ପରିଚାଳନା କରୁଥିଲେ। ଜେଲ ଦଣ୍ଡାଦେଶ ହୋଇଥିବା ରାଜସ୍ୱ ନୀରିକ୍ଷକ ଶ୍ରୀ ଶତପଥୀ ଇତିମଧ୍ୟରେ ଅବସରଗ୍ରହଣ କରିଥିବା ବେଳେ ତାଙ୍କ ଘର ଭଦ୍ରକ ଜିଲା ବାସୁଦେବପୁରର ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking