ଭୁବନେଶ୍ୱର : ରାଜଧାନୀରେ ବିଳମ୍ବିତ ରାତିରେ ଆସି ଦୋକାନ ତାଡି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। କେମିତି ଓ କିଭଳି ଲୁଟ କରିଥିଲେ ଦୁର୍ବୃତ୍ତ ତାହା ମଧ୍ୟ ସିସିଟିଭିରେ କଏଦ ହୋଇଛି । ଭୁବନେଶ୍ୱର କଳିଙ୍ଗ ନଗରରେ ଥିବା ମେଡିସିନ ଷ୍ଟୋରରେ ହୋଇଛି ଏହି ଲୁଟ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଶ୍ରମିକ ବେଶରେ ଆସି ଲୁହା ଗ୍ରୀଲ ତାଡି ଦୋକାନ ଭିତରେ ପଶି କ୍ୟାସ ବକ୍ସ ତାଡି ଟଙ୍କା ଲୁଟିନେଇଥିଲେ । ଏହା ଜାଣିବା ପରେ ଦୋକାନ ମାଲିକ ପୋଲିସକୁ ଜଣାଇଥିଲେ । ଦିନକୁ ଦିନ ଲୁଟ ବଢୁଥିବାରୁ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜଧାନୀବାସୀ ।
https://www.youtube.com/watch?v=cJl3cF0fiQE