33.1 C
Bhubaneswar
Tuesday, May 26, 2026
Homeଓଡିଶାରତ୍ନଭଣ୍ଡାର ଗଣତି: ଭିତର କାଠ ନିକଟରୁ ଦର୍ଶନ ବନ୍ଦ

ରତ୍ନଭଣ୍ଡାର ଗଣତି: ଭିତର କାଠ ନିକଟରୁ ଦର୍ଶନ ବନ୍ଦ

ପୁରୀ: ଆଜିଠୁ ପୁଣି ରତ୍ନଭଣ୍ଡାର ଗଣତି, ଭିତର କାଠ ନିକଟରୁ ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ପ୍ରବେଶ କଲେ ଗଣତି ମଣତି ଟିମ୍ । ଆଜି ଭିତର ରତ୍ନଭଣ୍ଡାର ଗଣତି ମଣତିର ଦ୍ବିତୀୟ ଦିବସ। ସକାଳ ଧୂପ ନୀତି ପରେ ଗଣତି ମଣତି କାର୍ଯ୍ୟ ଚାଲିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ଶ୍ରୀମନ୍ଦିରକୁ ଗଲେ ଟିମ୍ । ଗତ ୧୩ ତାରିଖରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଗଣତି ମଣତି । ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଅଳଙ୍କାରର ସରିଛି ଗଣତି ମଣତି ।ପୂର୍ବରୁ ଚଳନ୍ତି ଓ ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି। ଗତ ୧୪ ତାରିଖ ପଣା ସଂକ୍ରାନ୍ତି ଏବଂ ୧୫ ତାରିଖରେ ମହାପ୍ରଭୁଙ୍କ ବନକଲାଗି ନୀତି ଯୋଗୁ ଗଣତି ମଣତି କାର୍ଯ୍ୟ ବନ୍ଦ ରହିଥିଲା। ତେବେ ଆଜିଠାରୁ ୧୮ ତାରିଖ ଯାଏଁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଉଛି । ଏହି ଗଣତି ମଣତି କାର୍ଯ୍ୟରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହିତ ଗଣତି ମଣତି ଟିମ୍ ର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କରିବେ। ଜିଲ୍ଲା ଟ୍ରେଜେରୀରୁ ରତ୍ନଭଣ୍ଡାରର ଚାବି ଆସିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଖୋଲିବା ପରେ ଗଣତି କାର୍ଯ୍ୟ ଆରମ୍ଭ ହେବ। ଏସଓପି ଅନୁଯାୟୀ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଭିତର ରତ୍ନଭଣ୍ଡାରରେ ହିଁ ଗଣତି କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking