26.3 C
Bhubaneswar
Thursday, April 23, 2026
Homeଓଡିଶା୧୮ ଘଣ୍ଟା ଚାଲିବ ବିତର୍କ: କାଲି ୪ଟାରେ ଭୋଟିଂ

୧୮ ଘଣ୍ଟା ଚାଲିବ ବିତର୍କ: କାଲି ୪ଟାରେ ଭୋଟିଂ

ଭୁବନେଶ୍ୱର: ଲୋକସଭାରେ ଆଗତ ୩ ଗୁରୁତ୍ୱପୂର୍ଣ୍ଣ ବିଲକୁ ନେଇ ବିତର୍କ ଜାରି ରହିଛି । ୧୫ରୁ ୧୮ ଘଣ୍ଟା ଯାଏଁ ବିଲ ଉପରେ ବିତର୍କ ନେଇ ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି । ତେଣୁ ବିଳମ୍ବିତ ରାତି ଯାଏଁ ଶାସକ- ବିରୋଧୀ ବିତର୍କ ଚାଲିବା ସମ୍ଭାବନା ରହିଛି । ଆସନ୍ତାକାଲି ଅପରାହ୍ମ ୪ଟାରେ ବିଲ ଉପରେ ଭୋଟିଂ ନେଇ ବାଚସ୍ପତି ଓମ ବିର୍ଲା ଦେଇଛନ୍ତି । ସୂଚନାଥାଉକି, ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ୩ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ ହୋଇଛି ।  ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂଶୋଧନ ବିଲ ଉପସ୍ଥାପିତ କରାଯାଇଛି । ଲୋକସଭାରେ ସୀମା ପୁନଃ ନିର୍ଦ୍ଧାରଣ ବିଲ ୨୦୨୬ ଆଗତ କରାଯାଇଛି । କେନ୍ଦ୍ର ଶାସିତ ପ୍ରଦେଶ ଆଇନ ବା ସଂଶୋଧନ ବିଧେୟକ ୨୦୨୬ ଆଗତ ହୋଇଛି । ତେବେ ଏହାକୁ ବିରୋଧ କରି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଂସଦ କେ.ସି ବେଣୁଗୋପାଳଙ୍କ ସମେତ ବିରୋଧୀ ଦଳ  ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଅପରାହ୍ନ ୩ଟାରେ ଗୃହକୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking