35.3 C
Bhubaneswar
Thursday, April 16, 2026
Homeଓଡିଶାମାଓବାଦୀ- ସୁରକ୍ଷାକର୍ମୀ ମୁହାଁମୁହିଁ: ୫ ଯବାନ ଆହତ

ମାଓବାଦୀ- ସୁରକ୍ଷାକର୍ମୀ ମୁହାଁମୁହିଁ: ୫ ଯବାନ ଆହତ

ମାଲକାନଗିରି: ସରଣ୍ଡା ବାଲିବା ଜଙ୍ଗଲରେ ଭୟାବହ ଗୁଳି ବିନିମୟ । ୫ ଜଣ ଯବାନ ଆହତ । ଆଇଇଡି ବିସ୍ଫୋରଣ ଓ ଗୁଳିବର୍ଷାରେ ଥରିଲା ଅଞ୍ଚଳ । ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟନାଗରା ଥାନା ଅଧୀନସ୍ଥ ସାରଣ୍ଡାର ବାଲିବା ଜଙ୍ଗଲରେ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଭୟାବହ ଗୁଳି ବିନିମୟ ହୋଇଛି । ସରଣ୍ଡାର ଚାରା ଡେରା ଓ ଡୋଲାଗୋଇଗଡା ଜଙ୍ଗଲମଧ୍ୟରେ ଚାଲିଥିବା ସର୍ଚ୍ଚ ଅଭିଯାନ ସମୟରେ ଉଭୟ ପୋଲିସ ପକ୍ଷରୁ ଗୁଳି ବର୍ଷା ହୋଇଥିଲା । ଯେୁଁଥିରେ ୫ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନ ମାନେ ହେଲେ ଶୈଳେଶ କୁମାର ଦୁବେ, ଉତ୍ତମ ସେନାପତି , ଜିତେନ୍ଦ୍ର କୁମାର ରାୟ, ଇନ୍ସପେକ୍ଟର ସତ୍ୟ ପ୍ରକାଶ ଏବଂ ପ୍ରେମ କୁମାର ସମସ୍ତ ଆହତଙ୍କୁ ହେଲିକପ୍ଟର ଯୋଗେ ଏୟାରଫିଲ୍ଡ କରି ରାଞ୍ଚିକୁ ଚିକିତ୍ସା ପାଇଁ ପଠାଯାଇଛି । ଜଙ୍ଗଲରେ ପ୍ରାୟ ୧୫ ଜଣ ନକ୍ସଲ ଲୁଚି ଥିବା ନେଇ ଖବର ମିଳିବା ପରେ ଆରମ୍ଭ ହୋଇଥିଲା ଅପରେସନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking