33.1 C
Bhubaneswar
Tuesday, May 26, 2026
Homeଓଡିଶାସୋଫିଆଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେବା ନିଶ୍ଚିତ: କଂଗ୍ରେସ

ସୋଫିଆଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେବା ନିଶ୍ଚିତ: କଂଗ୍ରେସ

ଭୁବନେଶ୍ୱର: ବାରବାଟୀ-କଟକର ବିଧାୟିକା ସୋଫିଆ ଫିରଦୋସଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ଆଉ କୌଣସି ପ୍ରତିବନ୍ଧକ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ମର୍ମରେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି, ଗତ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ବାପା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଭୋଟ୍ ଦେଇ କିଛି ଭୁଲ କରିନାହାନ୍ତି ବୋଲି ପୂର୍ବରୁ କହି ସୋଫିଆ ଦଳୀୟ ଅନୁଶାସନ ଭଙ୍ଗ କରିଥିଲେ। ତେବେ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କ ବାପା ତଥା ବାରବାଟୀ-କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେବା ପରେ ସୋଫିଆ ଏକାଧିକ ଥର ନିଜ ଉଚ୍ଚାରଣ ଓ ଆଚରଣ ବଳରେ ଦଳରୁ ଦୂରେଇଯାଉଥିବା ଦେଖାଯାଉଥିଲା। ଗତ ରାଜ୍ୟସଭା ନିର୍ବାଚନ ବେଳେ ଓ ପରେ ସେ ଦଳର ଶୀର୍ଷ ନେତୃତ୍ବଙ୍କ ନିଷ୍ପତ୍ତିକୁ ବିରୋଧ କରି ଖୋଲାଖୋଲି ବିଭିନ୍ନ ମତମନ୍ତବ୍ୟ ଦେବାଦ୍ବାରା ସେ ଦଳରୁ ଦୂରେଇଯାଉଥିବା ଅଧିକ ସ୍ପଷ୍ଟ ହୋଇଥିଲା। ତେଣୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଏଥିସହ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ତାଙ୍କ ସଦସ୍ୟପଦ ରଦ୍ଦ ହେବା ନେଇ କଂଗ୍ରେସ ପକ୍ଷରୁ ବିଧାନସଭାର ବାଚସ୍ପତିଙ୍କ ନିକଟରେ ଦାବି କରାଯାଇଥିଲା। ତେବେ ୧୫ ଏପ୍ରିଲ ବୁଧବାର ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆାରେ ଆୟୋଜିତ ନିଜ ବାପାଙ୍କ ନବଗଠିତ ଓଡ଼ିଶା ଜନତା କଂଗ୍ରେସ ଦଳର ସମାବେଶରେ ଯୋଗଦେଇ ଭାଷଣ ଦେବା ଫଳରେ ସ୍ବଷ୍ଟ ପ୍ରତୀୟମାନ ହେଉଛି, ସେ ଦଳର ସଦସ୍ୟତାରୁ ନିଜକୁ ସ୍ବତଃସ୍ଫୂର୍ତ୍ତ ଭାବେ ଦୂରେଇନେବାକୁ ଚାହିଛନ୍ତି। ତେଣୁ ବାଚସ୍ପତି ତାଙ୍କ ସଦସ୍ୟତା ରଦ୍ଦ କରିବା ଏକରକମ ନିଶ୍ଚିତ। ଏ ନେଇ ସାମ୍ବିଧାନିକ ବ୍ୟବସ୍ଥା ଉଦ୍ଧୃତ କରି ଉଲ୍ଲେଖ କରାଯାଇଛି:-

ଦଳର ନିଷ୍ପତ୍ତି ଏବଂ ନିର୍ଦ୍ଦେଶ ବିରୁଦ୍ଧରେ ଜାଣିଶୁଣି କାର୍ଯ୍ୟ କରିବାକୁ ଚେଷ୍ଟା କରିବା, ଏପରି ଆଚରଣକୁ ସ୍ୱେଚ୍ଛାକୃତ ଭାବରେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟତା ପରିତ୍ୟାଗ କରିବା ଭାବରେ ମଧ୍ୟ ବ୍ୟାଖ୍ୟା କରାଯାଇପାରେ, ଯାହା ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀର ଅନୁଚ୍ଛେଦ 2(1)(a) ଏବଂ 2(1)(b) ଅନୁଯାୟୀ ଅଯୋଗ୍ୟତା ଆକର୍ଷିତ କରିଥାଏ। ଏହି ପରିପ୍ରେକ୍ଷୀରେ, ଏହା ମନେ ପକାଇ ଦିଆଯାଇପାରେ ଯେ ରାଜ୍ୟସଭାର ମାନ୍ୟବର ଅଧ୍ୟକ୍ଷ ଦଶମ ଅନୁସୂଚୀର ବ୍ୟବସ୍ଥା ଅନୁଯାୟୀ ଶ୍ରୀ ଶରଦ ଯାଦବଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ, ଯାହା ପରେ ଶରଦ ଯାଦବ ବନାମ ଭାରତ ସଂଘ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ଦ୍ୱାରା ହସ୍ତକ୍ଷେପ କରାଯାଇ ନଥିଲା। ଶ୍ରୀ ଦାସ ଆହୁରି କହିଛନ୍ତି, ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ମହମ୍ମଦ ମୋକିମ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ପାଞ୍ଚବର୍ଷ କାଳ ବିଧାନସଭା ସଦସ୍ୟ ପଦ ରଖିପାରିଲେ ନାହିଁ କି ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ନ ହୋଇ ଶେଷରେ ନିଜ ଝିଅକୁ ପ୍ରାର୍ଥୀ କରିବାକୁ ବାଧ୍ୟ ହୋଇଥିଲେ। ସେପରି ଜଣେ ନେତାଙ୍କ ଦ୍ବାରା ଗଠିତ ଆଞ୍ଚଳିକ ଦଳର ଭବିଷ୍ୟତ ଉଜ୍ଜଳ ନୁହେଁ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking