32.1 C
Bhubaneswar
Monday, May 4, 2026
Homeଓଡିଶାସଡ଼କ ଦୁର୍ଘଟଣା: ୪ ମୃତ, ୩ ଆହତ

ସଡ଼କ ଦୁର୍ଘଟଣା: ୪ ମୃତ, ୩ ଆହତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁ ନିକଟସ୍ଥ ନାନ୍ଦେଡରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଦୁଇଟି କାର ମଧ୍ୟରେ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଇନ୍ଦୋର ଜିଲ୍ଲାର ଆଗ୍ରା-ମୁମ୍ବାଇ ରାସ୍ତାରେ ମହୁ ବଡ଼ଗୋଣ୍ଡା ଥାନା ଅଞ୍ଚଳର ନାନ୍ଦେଡ ସେତୁରେ ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଦୁଇଟି କାର ମଧ୍ୟରେ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଦୁଇଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି, ଜଣେ କାର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଆଉ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking