36.1 C
Bhubaneswar
Saturday, May 4, 2024
Homeଓଡିଶା‘ହୋପ୍ ଅଫ୍ ଲାଇଫ’ ସହାୟତାରେ ଫୁଲ୍‌କିଙ୍କୁ ଫେରି ପାଇଲେ ପରିବାର

‘ହୋପ୍ ଅଫ୍ ଲାଇଫ’ ସହାୟତାରେ ଫୁଲ୍‌କିଙ୍କୁ ଫେରି ପାଇଲେ ପରିବାର

ରାଉରକେଲା: ପୁଣି ଥରେ ଅସହାୟଙ୍କୁ ଦେବଦୂତ ସାଜି ସହାୟ ହୋଇଛି ଦକ୍ଷିଣ ରାଉରକେଲାର ସ୍ୱେଚ୍ଛାସେବୀ ସଙ୍ଗଠନ ହୋପ ଅଫ୍ ଲାଇଫ । ଜଣେ ମାନସିକ ବିକୃତ ବୃଦ୍ଧା(ଫୁଲ୍‌କି)ଙ୍କୁ  ଅନୁଷ୍ଠାନର ସଦସ୍ୟମାନେ ଗତ କିଛି ମାସ ପୂର୍ବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରାଉରକେଲା ରାଜରାସ୍ତାରୁ  ଉଦ୍ଧାର କରିଥିଲେ । ସେତେବେଳେ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଟିମ୍ବର କଲୋନୀ ନିକଟ ବୃଦ୍ଧାଶ୍ରମ ଶାନ୍ତିଭବନରେ ସେବା ନିମନ୍ତେ ରଖାଯାଇଥିଲା । ଶାନ୍ତିଭବନରେ ସେବା, ଶୁଶ୍ରୁଶା ପରେ ବୃଦ୍ଧା ଜଣଙ୍କ ନିଜର ପରିଚୟ ଖୋଜିବାରେ ସଫଳ ହୋଇ ପାରିଥିଲେ ।

ଏହାପରେ ହୋପ୍ ଅଫ୍ ଲାଇଫ ଟିମ୍‌ର ମୁଖ୍ୟ ଦିଲୀପ କୁମାର ବାରିକ, ସଦସ୍ୟ ସୁବ୍ରତ କୁମାର ଲେଙ୍କା, ଶାନ୍ତିଭବନର ସିଷ୍ଟର ମାରିୟମ୍ ଏକ ଆମ୍ବୁଲାନ୍ସ ଯୋଗେ ଉକ୍ତ ବୃଦ୍ଧାଙ୍କୁ ନେଇ ସୁନ୍ଦରଗଡ଼ ଜିଲାର ସୋରଡ଼ା  ଗ୍ରାମରେ ନିରାପଦ ଭାବେ ଛାଡ଼ି ଆସିଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ଏକ ବର୍ଷ ତଳେ ଉକ୍ତ ବୃଦ୍ଧା ଜଣଙ୍କ ମାନସିକ ଅବସ୍ଥା କ୍ରମଶଃ ବିଗିଡ଼ିବାରୁ ସେ ଘରୁ ଛାଡ଼ି ପଳାୟନ କରିଥିଲେ । ପରିବାର ଲୋକେ ସେତେବେଳେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ଶେଷରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୋପ୍ ଅଫ୍ ଲାଇଫର ଉଦ୍ୟମ ବଳରେ ନିଜ ପରିବାର ନିକଟରେ ବୃଦ୍ଧା ଜଣଙ୍କ ପହଂଚିବାରେ ସଫଳ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking