29.1 C
Bhubaneswar
Thursday, May 2, 2024
Homeଓଡିଶାସୃଜନୀ ସାହିତ୍ୟ ସଂସଦର ୩୪ତମ ବାର୍ଷିକୋତ୍ସବ

ସୃଜନୀ ସାହିତ୍ୟ ସଂସଦର ୩୪ତମ ବାର୍ଷିକୋତ୍ସବ

ରାଉରକେଲା :  ଦକ୍ଷିଣ ରାଉରକେଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସୃଜନୀ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ସାରନଗରୀ ସ୍ଥିତ କମ୍ୟୁନିଟି ସେଂଟର ଠାରେ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଉଦ୍‌ଘାଟକ ଭାବେ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ ଭୋଇ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଡଃ କିଶୋରୀ ଦାଶ, ମୁଖ୍ୟବକ୍ତା ଭାବେ ଓଡ଼ିଆ ଯୁବ ଲେଖକ ସମ୍ମେଳନର ସଭାପତି ତଥା କବି ଓ ରାଜନେତା ଶଙ୍କର୍ଷଣ ପରିଡ଼ା,ସମ୍ମାନୀୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ବରିଷ୍ଠ ସାମ୍ବାଦିକ ମନୋରଂଜନ ଦାଶ ଯୋଗ ଦେଇ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀୟ ବକ୍ତା ଭାବେ ଆରଏସପିର ପ୍ରବନ୍ଧକ କବି ଇଂ ବିଜୟ କୁମାର ସେନାପତି ଯୋଗଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶିକ୍ଷାବିତ ଶଚୀନ୍ଦ୍ର କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରବୀନ୍ଦ୍ର ବେହୁରିଆ ମଂଚ ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ମୁଖପତ୍ର ‘ସୃଜନୀ’କୁ ମଂଚାସୀନ ଅତିଥି ମାନେ ଉନ୍ମୋଚନ କରିଥିଲେ ।  ଏହି ଅବସରରେ ସାହିତ୍ୟ ପାଇଁ କବି ସୁଧାଂଶୁ ଅଶୋକଙ୍କୁ ସ୍ୱର୍ଗତଃ ରାମଚନ୍ଦ୍ର ସାହୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ, କବି ଇଂ ବିଜୟ କୁମାର ସେନାପତିଙ୍କୁ ସୃଜନୀ ସମ୍ମାନ ଓ ଶୈକ୍ଷିକ ଓ ସାଂସ୍କୃତିକ ସଙ୍ଗଠକ କ୍ରିୟାଶୀଳ ଯୁବ ସାମ୍ବାଦିକ ସରୋଜ କୁମାର ବେହେରାଙ୍କୁ  ମର୍ଯ୍ୟାଦା ଜନକ ଉତ୍କଳମଣି ଗୋପବନ୍ଧୁ ସେବା ସମ୍ମାନରେ ସମ୍ମାନିତ କରିବା ସହ ମାନପତ୍ର,ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲ।। କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କବି କୁଂଜ ବିହାରୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । କବି ଓ ନାରୀ କବି ମାନେ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ତଥା ଦକ୍ଷିଣ ରାଉରକେଲାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking