33.1 C
Bhubaneswar
Saturday, April 27, 2024
Homeଅପରାଧରିଙ୍କୁ ସ୍ୱାଇଁ ହତ୍ୟା ମାମଲାରେ ୫ ଗିରଫ

ରିଙ୍କୁ ସ୍ୱାଇଁ ହତ୍ୟା ମାମଲାରେ ୫ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଗୌଡପଡିଆର ରିଙ୍କୁ ସ୍ୱାଇଁଙ୍କ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶୁଭରାଜ ମହାରଣା ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ବରୁଣେଇ ପାହାଡରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ରିଙ୍କୁକୁ ବୋମାମାଡ କରି ହତ୍ୟା କରିଥିଲେ ୮ ଅଭିଯୁକ୍ତ । ପୂର୍ବରୁ ୨ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ୫ ଜଣ ଗିରଫ ହୋଇଛନ୍ତି । ମେ’ ୨୦୧୯ରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ ଏହି ଦୁର୍ବୃତ୍ତ । ବର୍ତମାନ କରୋନା ତାର କାୟା ମେଲାଇ ତାଲିଥିବା ବେଳେ ପୋଲିସକୁ ଏପରି ଏକ ସଫଳତା ମିଳିଛି ।
ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି୨୯୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୨୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking