27.8 C
Bhubaneswar
Thursday, April 18, 2024
Homeଓଡିଶା‘ଧର୍ମାନୁଷ୍ଠାନ କେବେ ଖୋଲିବ ସ୍ପଷ୍ଟ କରନ୍ତୁ’

‘ଧର୍ମାନୁଷ୍ଠାନ କେବେ ଖୋଲିବ ସ୍ପଷ୍ଟ କରନ୍ତୁ’

ଭୁବନେଶ୍ୱର: ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଆଜି ଆଉ ଏକ ଆବେଦନ ହୋଇଥିବା ସୂଚନା ମିଳିଛି । ଏନେଇ ନିର୍ଦ୍ଧାରିତ ସମୟରେ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ଆବେଦନ ହୋଇଛି । ପୂର୍ବ ଆବେଦନକାରୀ ଜୟନ୍ତ ବଳଙ୍କ ପକ୍ଷରୁ ମିସକେସ ଦାୟର ହୋଇଛି । ଧର୍ମାନୁଷ୍ଠାନ ଖୋଲିବା ନେଇ ହତ ୧୦ ତାରିଖରେ ହାଇକୋର୍ଟ ରାୟ ଶୁଣାଇଥିଲେ । ରାୟ ଶୁଣାଇ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଥିଲେ ହାଇକୋର୍ଟ । ଦୁଇ ସପ୍ତାହ ବିତିଥିଲେ ବି କୌଣସି ନିଷ୍ପତ୍ତି ନେଇ ନଥିବାରୁ ପୁଣି ଆବେଦନ କରାଯାଇଛି । ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଛି । ଟେଷ୍ଟିଂ ବେଶି ମାତ୍ରାରେ ବଢୁଥିବା ହେତୁ ପଜିଟିଭ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।
ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି୨୯୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୨୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯ ବୃଦ୍ଧି ପାଇଛି । ତେବେ ଆଜି କଟକରୁ ସର୍ବାଧିକ ୫୮୯ ଜଣ ବାହାରିଥିବା ବେଳେ ଭୁବନେଶ୍ୱରୁ ୪୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧, ବାଲେଶ୍ୱରରୁ ୮୮, ବରଗଡରୁ ୬୨, ଭଦ୍ରକରୁ ୬୬, ବଲାଙ୍ଗୀରୁ ୫୭, ବୌଦ୍ଧରୁ ୩, ଦେଓଗଡରୁ ୨, ଢେଙ୍କାନାଳରୁ ୧୩, ଗଜପତିରୁ ୩, ଗଞ୍ଜାମରୁ ୧୭୯, ଜଗତସିଂହପୁରରୁ ୫୧, ଯାଜପୁରରୁ ୨୧୫, ଝାରସୁଗୁଡାରୁ ୨୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୩୪, କେନ୍ଦ୍ରପଡାରୁ ୫୬, କେନ୍ଦୁଝରରୁ ୩୦, କେରାପୁଟରୁ ୧୮୧, ମାଲାକାନଗିରିରୁ ୭୮, ମୟୂରଭଞ୍ଜରୁ ୧୫୬, ନବରଙ୍ଗପୁରରୁ ୨୬, ନୟାଗଡରୁ ୯୩, ନୂଆପଡାରୁ ୨, ପୁରୀରୁ ୮୬, ରାୟଗଡାରୁ ୧୪୩, ସମ୍ବଲପୁରରୁ ୧୦୪, ସୋନପୁରରୁ ୨୬ ଓ ସୁନ୍ଦରଗଡରୁ ୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking