28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗତାମିଲନାଡୁ ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷକୁ ବୃଦ୍ଧି

ତାମିଲନାଡୁ ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷକୁ ବୃଦ୍ଧି

ନୂଆଦିଲ୍ଲୀ : ତାମିଲନାଡୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା  ୫୯ ରୁ ୬୦ ବର୍ଷକୁ ବୃଦ୍ଧି କରାଯାଇଛି ବୋଲି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ କେ ପଲ୍ଲାନିସ୍ୱାମୀ ଘୋଷଣା କରିଛନ୍ତି । ଏହି ନିର୍ଦ୍ଦେଶ ସରକାରୀ ତଥା ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟର କର୍ମଚାରୀ, ଆଇନ ତଥା ସାମ୍ବିଧାନିକ ସଂସ୍ଥା, ସରକାରୀ କ୍ଷେତ୍ର, ସ୍ଥାନୀୟ ସଂସ୍ଥା, ଆୟୋଗ, ବୋର୍ଡ ଏବଂ ୟୁନିଅନର କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ସୂଚନାନୁସାରେ, କେନ୍ଦ୍ର ମନ୍ତ୍ରୀ ଡ, ଜିତେନ୍ଦ୍ର ସିଂ ନିକଟରେ ଏକ ଗୁଜବ ଉପରୁ ପରଦା ହଟାଇଥିଲେ । କେନ୍ଦ୍ର ସରକାର ଅବସର ସମୟସୀମା ହ୍ରାସ କରିବାକୁ ଚାହୁଁଥିବା ଖବରକୁ ସେ ମିଛ ବୋଲି କହିଥିଲେ । ଏହି ଖବରରେ ସତ୍ୟତା ନଥିବା ମଧ୍ୟ ସେ କହିଥିଲେ । ଏପରି କୌଣସି ଯୋଜନା ସରକାରଙ୍କର ନାହିଁ କିମ୍ବା କୌଣସି ପ୍ରସ୍ତାବ ଉପରେ ସରକାର ଆଲୋଚନା କରୁନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଥିଲେ । ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଅନେକ ବ୍ୟକ୍ତି ରୋଜଗାର ହରାଇଥିଲେ । ଏପରିକି ନିଯୁକ୍ତି ସଙ୍କଟ ସୃଷ୍ଟି ହୋଇଥିଲା । ବେସରକାରୀ ସଂସ୍ଥାନରେ କାମ କରୁଥିବା ଅନେକ ବ୍ୟକ୍ତି ଚାକିରୀ ହରାଇଥିଲେ । ଏହାମଧ୍ୟରେ ତାମିଲନାଡୁ ସରକାରଙ୍କ ନଷ୍ପତ୍ତି ସରକାରୀ କର୍ମଚାରୀଙ୍କୁ ଏକ ବଡ ଆଶ୍ୱସ୍ତି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking