29.1 C
Bhubaneswar
Monday, May 6, 2024
Homeଓଡିଶାଅବସରପ୍ରାପ୍ତ କର୍ମଚାରୀ ସଂଘର ୩୩ତମ ପ୍ରତିଷ୍ଠା ଦିବସ ପାଳିତ

ଅବସରପ୍ରାପ୍ତ କର୍ମଚାରୀ ସଂଘର ୩୩ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା :  ସହରର କୋଏଲ ନଗର ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଂଘ ଭବନର ୩୩ତମ ପ୍ରତିଷ୍ଠା ଦିବସ ଓ  ଉତ୍କଳ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶକ୍ତି, ଶିଳ୍ପ, ଏମଏସଏମଇ ଓ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସମ୍ମାନିତ ଅତିଥି  ଭାବେ ରାଉରକେଲା ବିଧାୟକ ତଥା  ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଅବସରପ୍ରାପ୍ତ କର୍ମଚାରୀ ସଂଘର ଅଧ୍ୟକ୍ଷ ଅଭୟ ଦାସ, ସାଧାରଣ ସମ୍ପାଦକ କପିଳେଶ୍ୱର ମହାରଣା ମଂଚାଶୀନ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଓଡ଼ିଶାର ଗୌରବ ମଧୂସୂଦନ ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାପର୍ଣ କରି ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ସହ ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କରାଯାଇଥିଲା । ଏହି ଅବସରରେ ମନ୍ତ୍ରୀ କହିଥିଲେଯେ, ଆଜି ଓଡ଼ିଶାର ନିର୍ମାଣର ଦିବସ । ଓଡ଼ିଶାର ସଂକଳ୍ପର ଦିବସ ଅର୍ଥାତ ଓଡ଼ିଶା ଦିବସ ।  ଏହି ଦିବସରେ ଆମେ ନିଜ ରାଜ୍ୟକୁ କିପରି ଉନ୍ନତ କରିବା ତା’ ଉପରେ ଗୁରୁତ୍ୱ ଦେବା । ପଣ୍ଡିତ ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେରଙ୍କ ଳେଖନୀ ଓଡ଼ିଶା ପାଇଁ ଗୌରବ । ଆଜି ଲୋକ ମାନଙ୍କ ପାଖରେ ସମୟର ବହୁ ଅଭାବ ରହିଛି । ଅବସରପ୍ରାପ୍ତ କର୍ମଚାରୀ ସମାଜର ଏକ ଦର୍ପଣ । ସେମାନଙ୍କ ଦିଗଦର୍ଶନ ବିନା ସମାଜ ଆଗକୁ ବଢି ପାରିବ ନାହିଁ । ଏହି କର୍ମଚାରୀ ମାନେ ନିଜ ଜୀବନକୁ ଆରଏସପି ନିମନ୍ତେ ସମର୍ପିତ କରିଛନ୍ତି । ଏମାନଙ୍କ ଚିନ୍ତାଧାରା ଓ ମାଗଦର୍ଶନ ଯୁବପିଢୀ ମାନଙ୍କ ପାଇଁ ଏକ ମାଗଦର୍ଶକ ରହିବ ବୋଲି  ମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ସାରଦା ନାୟକ କହିଥିଲେଯେ, ଅବସରପ୍ରାପ୍ତ କର୍ମଚାରୀ ସଂଘ ଓଡ଼ିଶାର ଏକ ସ୍ୱତ୍ୱନ୍ତ୍ର ପ୍ରକାର ସଂଘ ଅଟେ । ଏହି ସଂଘରେ ୩୫୦୦ ଜଣ ଅବସରପ୍ରାପ୍ତ କର୍ମଚାରୀ ସଭ୍ୟ ଅଛନ୍ତି । ଏମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଯେପରି ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ବୃକ୍ଷରୋପଣ ସମେତ ଅନ୍ୟାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ । ଏଠାରେ ପାଠାଗାର ଓ ଅନ୍ୟାନ ସୁବିଧା ରହିଛି ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଆରଏସପିକୁ ଆଗକୁ ନେବାରେ ଅବରସରପ୍ରାପ୍ତ କର୍ମଚାରୀଙ୍କ ଯୋଗଦାନ ରହିଛି ବୋଲି ଶ୍ରୀ ନାୟକ କହିଥିଲେ । ଏହି ଅବସରରେ ସଂଗର ଅଧ୍ୟକ୍ଷ ଅଭୟ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରକାଶ କରିଥିଲେଯେ, ଆଜି ୩୩ ତମ ବର୍ଷ ପୂର୍ଣ୍ଣ ହୋଇଛି । ଓଡ଼ିଶା ଗରିବ ନୁହେଁ, ଏଠାକାର ଲୋକ ଗରିବ ଅଟନ୍ତି, ଓଡ଼ିଶା ଖଣି ସମ୍ପଦରେ ପରିପୂର୍ଣ୍ଣ ଅଟେ । ସ୍ୱର୍ଗତ  ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ଥିଲା, ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ସହ ଶିଳ୍ପ କ୍ଷେତ୍ରରେ ଉନ୍ନତି କରିବା । ତାଙ୍କ ପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଉନ୍ନତ ରାଜ୍ୟରେ ଗଢି ତୋଳିବା ପାଇଁ ଉଲ୍ଲେଖନୀୟ ଅବଦାନ ରହିଛି । ଓଡ଼ିଶାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଚେଷ୍ଟିତ ବୋଲି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଏକ ସେଡ଼ ନିର୍ମାଣର ଭୂମିପୂଜା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସଂଘର ଉପାଧ୍ୟକ୍ଷ କେସି ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂଘର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking