33.1 C
Bhubaneswar
Wednesday, April 24, 2024
Homeଓଡିଶାରାଉରକେଲାରେ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଉତ୍କଳ ଦିବସ ପାଳିତ

ରାଉରକେଲାରେ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଉତ୍କଳ ଦିବସ ପାଳିତ

ରାଉରକେଲା: ରାଉରକେଲା ପ୍ରଶାସନ ଏବଂ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇ ଯାଇଛି । କୋଭିଡ଼ କଟକଣା ମଧ୍ୟରେ ଉତ୍କଳ ଦିବସ ସମାରୋହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିପାଇଁ ପୂର୍ବବର୍ଷ ଭଳି ହେଉଥିବା ଶୋଭାଯାତ୍ରାର ଆୟୋଜନ ହୋଇ ନଥିଲା । ସହରର ମୁଖ୍ୟ ରାସ୍ତାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତି ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ  ଶକ୍ତି, ଶିଳ୍ପ, ଏମଏସଏମଇ ଓ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ମଧୁବାବୁଙ୍କୁ ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ ।  ଏହାପରେ ମନ୍ତ୍ରୀ ସମେତ ଅନ୍ୟାନ ଅତିଥି ମାନେ ବିଶ୍ରା ଛକରେ ଥିବା ବିର୍ସମୁଣ୍ଡାଙ୍କ ପ୍ରତିମୂର୍ତିରେ ମାଳ୍ୟାପର୍ଣ କରିଥିଲେ । ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଅତିରିକ୍ତ ଜିଲପାଳ ଆବୋଲି ସୁନିଲ ନରୱେଣେ ଓ ଅନ୍ୟ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇଥିଲେ । ଏହାପରେ ରାଉରକେଲା ମହାନଗର ନିଗମ ସଭାକକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ ଯେ, ଆମ ରାଜ୍ୟର ପ୍ରଗତି ଓ ଉନ୍ନତି ନିମନ୍ତେ ଯୁବକ ମାନେ ସଂକଳ୍ପ ନେବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ସମ୍ବନ୍ଧରେ ସେ ସମକ୍ୟ  ଧାରଣା ପ୍ରଦାନ କରିଥିଲେ । ସମସ୍ତ ଓଡ଼ିଶାବାସୀ ଏକତ୍ରିତ ହୋଇ କାର୍ଯ୍ୟ କଲେ ରାଜ୍ୟର ବିକାଶ ନିଶ୍ଚିତ ରୂପେ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ହୃଷିକେଶ ରାୟ  ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ଯୋଗ ଦେଇ ଓଡ଼ିଆ ଅସ୍ମିତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୋ, ରାଉରକେଲା ମହାନଗର ନିଗମ ଆୟୁକ୍ତ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ତ୍ରିଭଙ୍ଗୀ କଳା ପରିଷଦର ସମ୍ପାଦକ ବୈଲୋଚନ ସାହୁଙ୍କ ନେତୃତ୍ୱରେ ସାଥି ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking