28.3 C
Bhubaneswar
Wednesday, July 8, 2026
Homeଓଡିଶାଯୁବନେତା ଅବିନାଶଙ୍କ ଉପରୁ ସମସ୍ତ ଦଫା ହଟାଇ ତୁରନ୍ତ ଖଲାସ କରନ୍ତୁ

ଯୁବନେତା ଅବିନାଶଙ୍କ ଉପରୁ ସମସ୍ତ ଦଫା ହଟାଇ ତୁରନ୍ତ ଖଲାସ କରନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ଅବସରରେ ଯୁବ କଂଗ୍ରେସ ନେତା ଅବିନାଶ ମିଶ୍ରଙ୍କୁ ଗିରଫ କରି ଜବରଦସ୍ତ ଗମ୍ଭୀର ଦଫା ଲଗାଇ କୋର୍ଟ ଚାଲାଣ କରିବାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l
ଆଜିର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ମୁଖପାତ୍ର ଲଲାଟେନ୍ଦୁ ପୁରୀର ଯୁବନେତା ଅବିନାଶ ମିଶ୍ରଙ୍କ ବିରୋଧରେ ପ୍ରତିଶୋଧମୂଳକ ଭାବେ ସଙ୍ଗିନ ଦଫା ‘୩୦୭’ ଲଗାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅଗଣତାନ୍ତ୍ରିକ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ସମୟରେ ପ୍ରଶାସନର ଏଭଳି ତରବରିଆ ଓ ଆତଙ୍କିତ ପଦକ୍ଷେପ ପଛରେ ପ୍ରକୃତ ଭୟର କାରଣ କଣ ବୋଲି ପ୍ରଶାସନକୁ ପ୍ରଶ୍ନ ପଚାରିଛନ୍ତି l
​ବରିଷ୍ଠ କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର କହିଛନ୍ତି ଯେ, ବର୍ତ୍ତମାନ ପୁରୀରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି। ନିକଟରେ ପବିତ୍ର ରଥଯାତ୍ରା ଭଳି ମହାନ୍ ପର୍ବ ଥିବାବେଳେ, ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କ ଜ୍ୱଳନ୍ତ ସମସ୍ୟା ଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି। ଲୋକଙ୍କ ସ୍ୱାର୍ଥ ପାଇଁ ଏହି ଅବହେଳାର ପ୍ରତିବାଦ କରିବା କଣ ଏକ ଅପରାଧ କି ବୋଲି ସରକାରଙ୍କୁ ପ୍ରଶ୍ନ ପଚାରି ଜବାବ ମାଗିଛନ୍ତି l
ଓପିସିସି ମୁଖପାତ୍ର ​ଜୟଶ୍ରୀ ପାତ୍ର କହିଛନ୍ତି, ବିଜେପି ସରକାର ଅଧୀନରେ ରାଜ୍ୟରେ ଗଣତନ୍ତ୍ର ଏବଂ ସମ୍ବିଧାନର ସ୍ଥିତି ଏବେ ସଙ୍ଗିନ ତଥା ଚିନ୍ତାଜନକ। ବିରୋଧୀଙ୍କ ସ୍ୱରକୁ ରୋକିବା ପାଇଁ ଯେଉଁ ହୀନ ପ୍ରୟାସ କରାଯାଉଛି, ତାହା ସ୍ପଷ୍ଟ କରୁଛି ଯେ ରାଜ୍ୟରେ ବର୍ତ୍ତମାନ ଆଇନର ଶାସନ ନାହିଁ, ବରଂ ଏକଛତ୍ରବାଦ ଶାସନର ଦମନଲୀଳା ଚାଲିଛି।
ଭାରତୀୟ ସମ୍ବିଧାନର ଧାରା ୧୯ ପ୍ରତ୍ୟେକ ନାଗରିକଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ମୌଳିକ ଅଧିକାର ଦେଇଛି। କଳାପତାକା ଦେଖାଇବା ଆଦୌ ଅପରାଧ ନୁହେଁ ଏଥିପାଇଁ attempt to murder ଦଫା କାହିଁକି?? ବିଜେପି ସରକାରରେ ସମ୍ୱିଧାନ ବଡ ନା ଶାସକ ଦଳର ରାଜନୈତିକ ଆକ୍ରୋଶ ବଡ? ତତଲା ପାଣି ରେ ଘର ପୋଡି ଯାଏ ନାହିଁ ତେଣୁ ବିଜେପି ସରକାରରେ ତାଙ୍କ ନାଲି ଆଖି ଭୟ ମିଥ୍ୟା ଅଭିଯୋଗ ଆମକୁ ଡରାଇ ପାରିବ ନାହିଁ ବୋଲି କହିଛନ୍ତି ଶ୍ରୀମତୀ ପାତ୍ର।
​ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ସମସ୍ତଙ୍କର ଅଛି। କଂଗ୍ରେସ ଦଳ ଏଭଳି ସ୍ୱେଚ୍ଛାଚାରୀ ଶାସନକୁ ଦୃଢ଼ ବିରୋଧ କରିବା ସହ ତୁରନ୍ତ ଯୁବ ନେତାଙ୍କ ଉପରୁ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବାକୁ ଦାବି କରୁଛି। ନଚେତ୍ ଆଗାମୀ ଦିନରେ ରାଜରାସ୍ତାରେ ଲଢ଼େଇ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking