28.3 C
Bhubaneswar
Wednesday, July 8, 2026
Homeଓଡିଶାନିର୍ମାଣ ବିଭାଗ ପ୍ରକଳ୍ପ ଖର୍ଚ୍ଚ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ନିର୍ମାଣ ବିଭାଗ ପ୍ରକଳ୍ପ ଖର୍ଚ୍ଚ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ରାଜ୍ୟର ବିକାଶକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ରାସ୍ତାଘାଟ, କୋଠାବାଡ଼ି ଏବଂ ସେତୁ ଆଦି ନିର୍ମାଣ ପ୍ରକଳ୍ପ ସମୟ ଅବଧି ମଧ୍ୟରେ ଶେଷ କରିବାକୁ ପଡ଼ିବ । ଏଥି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମୋଦନ ଏବଂ ୟୁଟିଲିଟି ସିଫ୍‌ଟିଂ ଆଦି ସମସ୍ୟାର ସମାଧାନ ଦିଗରେ ସମ୍ପୃକ୍ତ ମୁଖ୍ୟଯନ୍ତ୍ରୀ ଏବଂ ଅଧିକ୍ଷଣ ଯନ୍ତ୍ରୀମାନେ ସ୍ୱତସ୍ପୁର୍ତ୍ତ ଭାବେ କାର୍ଯ୍ୟ କରିବା ଉପରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି ।

ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ବିଗତ ଦୁଇବର୍ଷ ମଧ୍ୟରେ ବିଭାଗୀୟ ଅଧିକାରୀ ଏବଂ ଇଂଜିନିୟରମାନଙ୍କ ପ୍ରୟାସ ଯୋଗୁଁ ଅନେକ ବୃହତ ପ୍ରକଳ୍ପର ପରିସମାପ୍ତି ଘଟିଥିବାବେଳେ ବହୁ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏହି ପ୍ରକ୍ରିୟାକୁ ଅଧିକ ତ୍ୱରିତ ଗତିରେ ଆଗକୁ ନେବାକୁ ପଡ଼ିବ । ଏଥି ସହିତ ଦୀର୍ଘ ଦିନ ଧରି ପଡିରହିଥିବା ପ୍ରକଳ୍ପକୁ ଆଗେଇ ନେବା ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଅର୍ଥ ଖର୍ଚ୍ଚ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ I ସେଥିପାଇଁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୁଖ୍ୟଯନ୍ତ୍ରୀଙ୍କ ସମେତ ଅଧିକ୍ଷଣ ଯନ୍ତ୍ରୀମାନେ ନିୟମିତ ଅଞ୍ଚଳ ପରିଦର୍ଶନ ସହ ପ୍ରତି ମାସରେ କାର୍ଯ୍ୟର ଅଗ୍ରଗତି ଏବଂ ସମସ୍ୟା ସମାଧାନ ନେଇ ବୈଠକ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ । ବୈଠକରେ ଡିଭିଜନ ୱାରୀ ବିଭିନ୍ନ ପ୍ରକଳ୍ପ ପାଇଁ ହୋଇଥିବା ଖର୍ଚ୍ଚ, ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି, ବିଭିନ୍ନ ସମସ୍ୟାର ସମାଧାନ ଓ ଆଧୁନିକ ଜ୍ଞାନକୌଶଳର ଉପଯୋଗ ସାଙ୍ଗକୁ ଓସ୍ୱାସ୍‌ ଓ ୱାମିସ୍‌ ଭଳି ସଫଫେୱୟାର ବ୍ୟବହାର ଉପରେ ବିଭଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଆଲୋଚନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ଲକ୍ଷ୍ମୀକାନ୍ତ ପାଢ଼ୀ, ଅର୍ଥ ପରାମର୍ଶଦାତା ଶ୍ରୀ ରତିକାନ୍ତ ମହାପାତ୍ର, ଇଆଇସି (ସିଭିଲ୍‌) ଇଂ ସତ୍ୟବ୍ରତ ବେହେରା, ଇଆଇସି (ରୋଡସ୍‌) ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ଇଂ ପି୍ରୟବ୍ରତ ସାମନ୍ତରାୟ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking