28.3 C
Bhubaneswar
Wednesday, July 8, 2026
Homeଓଡିଶାଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼...

ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ

ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଉଚ୍ଚମାନର ନର୍ସିଂ ଶିକ୍ଷା ବ୍ୟବସ୍ଥା ଗଢ଼ି ତୋଳିବା ପାଇଁ ସମସ୍ତ ଅନୁଷ୍ଠାନରେ ନିର୍ଦ୍ଧାରିତ ମାନଦଣ୍ଡର କଡ଼ାକଡ଼ି ପାଳନ ଅତ୍ୟନ୍ତ ଆବଶ୍ୟକ। ଶିକ୍ଷାର ଗୁଣବତ୍ତା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ପ୍ରଶିକ୍ଷଣର ମାନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କୌଣସି ପ୍ରକାରର ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ। ମାନ୍ୟବର ମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ସେମାନଙ୍କ ଜିଲ୍ଲାର ସମସ୍ତ ବେସରକାରୀ ନର୍ସିଂ ଶିକ୍ଷାନୁଷ୍ଠାନର ନିରପେକ୍ଷ ଏବଂ ବ୍ୟାପକ ଯାଞ୍ଚ ଶୀଘ୍ର ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଗଠିତ ଜିଲ୍ଲାସ୍ତରୀୟ ଯାଞ୍ଚ ଦଳ ମାଧ୍ୟମରେ ଏହି ଯାଞ୍ଚ କରାଯିବ। ଏଥିସହ ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କୁ ମଧ୍ୟ ଏହି ଯାଞ୍ଚ ଦଳର ସଦସ୍ୟ ଭାବେ ସାମିଲ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସମସ୍ତ ଜିଲ୍ଲାପାଳଙ୍କୁ ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା ସେମାନଙ୍କର ଯାଞ୍ଚ ରିପୋର୍ଟ ମେଡିକାଲ୍ ଶିକ୍ଷା ଓ ପ୍ରଶିକ୍ଷଣ (ଡିଏମଇଟି), ଓଡ଼ିଶାଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାରର ଅନିୟମିତତା ଦେଖାଗଲେ, ସେହି ତ୍ରୁଟିପୂର୍ଣ୍ଣ ଅନୁଷ୍ଠାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବର୍ଷା ଦିନ ଏବଂ ରଥଯାତ୍ରା ସମୟରେ ଜଳବାହିତ ଓ ସଂକ୍ରାମକ ରୋଗର ପ୍ରାଦୁର୍ଭାବ ବଢ଼ୁଥିବାରୁ ‘ଷ୍ଟପ୍ ଡାଇରିଆ କ୍ୟାମ୍ପେନ’ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ଓ ପଞ୍ଚାୟତିରାଜ ବିଭାଗର ମିଳିତ ସହଯୋଗରେ ଡାଇରିଆ, ଡେଙ୍ଗୁ, ଚିକେନଗୁନିଆ, ମ୍ୟାଲେରିଆ ଆଦି ସମ୍ବନ୍ଧରେ ବ୍ୟାପକ ଜନ ସଚେତନତା ବିଷୟରେ ସମୀକ୍ଷା କରିଥିଲେ । ଚଳିତ ବର୍ଷ ଜୁନ୍ ୧୬ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସଚେତନତା ଅଭିଯାନ ଜରିଆରେ ପାନୀୟ ଜଳର ଉତ୍ସଗୁଡ଼ିକୁ ବିଶୋଧନ କରିବା ସହ ତୃଣମୂଳ ସ୍ତରରେ ଆଶା ଦିଦି ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଜିଙ୍କ୍ ବଟିକା ଓ ଓ.ଆର.ଏସ ବଣ୍ଟନ କରି ଲୋକଙ୍କୁ ସତର୍କ କରାଉଛନ୍ତି । ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅସ୍ବଥି ଏସ., ବିଭାଗର ସମସ୍ତ ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking