31.1 C
Bhubaneswar
Wednesday, November 4, 2026
Homeଓଡିଶାକୋଟିଆରେ ଆନ୍ଧ୍ର ନିର୍ବାଚନ ଉଦ୍ୟମ ପଣ୍ଡ ହେବ: ମନ୍ତ୍ରୀ

କୋଟିଆରେ ଆନ୍ଧ୍ର ନିର୍ବାଚନ ଉଦ୍ୟମ ପଣ୍ଡ ହେବ: ମନ୍ତ୍ରୀ

ଭୁବନେଶ୍ବର : କୋଟିଆରେ ଆନ୍ଧ୍ର ନିର୍ବାଚନ ଉଦ୍ୟମ ପଣ୍ଡ ହେବ । କୋଟିଆକୁ ପଠାଗଲା ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ । କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ଓଡ଼ିଶା । ଖାଲି କୋଟିଆ ନୁହେଁ ଅନ୍ୟ ବିବାଦୀୟ ସ୍ଥାନ ଗୁଡିକରେ ବି ସରକାର ଦୃଷ୍ଟି ରଖିଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି, କୋଟିଆରେ ଲୋକମାନେ ଆନ୍ଧ୍ରର ପୋଷ୍ଟର ଚିରି ଦେଉଛନ୍ତି । ଉପଜିଲ୍ଲାପାଳ ସାମନାରେ ରହିକି ଲଢେଇ କରୁଛନ୍ତି । ଖୁବ୍ଶୀଘ୍ର ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚିବେ । ଆନ୍ଧ୍ର ଅଧିକାରୀଙ୍କ ବିରୋଧରେ କଣ୍ଟେପ୍ଟ ଫାଇଲ ହୋଇଛି । ଏନେଇ ଆମେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ । ଆନ୍ଧ୍ର ସହ ଆଲୋଚନା କରନ୍ତୁ ବୋଲି ଦାବି ରଖିବୁ ।

ପୋଲିସ, ଅଧିକାରୀ, ସବୁ ଦଳର ନେତା କୋଟିଆରେ ଅଛନ୍ତି । କେବେ ବି ଆନ୍ଧ୍ରର ନିର୍ବାଚନ ଉଦ୍ୟମ ସଫଳ ହେବ ନାହିଁ । ଅନ୍ୟ ଯେଉଁଠି ସୀମା ବିବାଦ ରହିଛି, ସେହି ସ୍ଥାନରେ ବି ସରକାର ନଜର ରଖିଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ନିର୍ବାଚନ କରିବାକୁ ପ୍ରବେଶ କରୁଛନ୍ତି । ଲୋକ ମାନଙ୍କୁ ପ୍ରଲୋଭନ ଦେଖାଉଛନ୍ତି । ଆମ ଯୋଜନା ଆମେ ସାର୍ବଜନୀନ କରିବାକୁ ଚାହୁଁନୁ । ଆନ୍ଧ୍ର ଏତିକି ଜାଣିବା କଥା ସେଠାରେ ଜଣେ କାର୍ଯ୍ୟରତ ସରପଞ୍ଚ ସମିତିସଭ୍ୟ ଓଡ଼ିଶାର ଅଛନ୍ତି । ପୃଥିବୀର କେଉଁ ସ୍ଥାନରେ ଏମିତି ହୁଏନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking