28.3 C
Bhubaneswar
Wednesday, July 8, 2026
Homeଓଡିଶାଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦୁଇ ଦିନିଆ କୋଲକାତା ଗସ୍ତ କରିଛନ୍ତି । ଆଜି ଅପରାହ୍ନରେ କୋଲକାତାସ୍ଥିତ ଖାଦ୍ୟ ଭବନରେ ପଶ୍ଚିମବଙ୍ଗ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀ ଅଶୋକ କୀର୍ତ୍ତନିଆଙ୍କ ସହ ସହ ବିଭିନ୍ନ ପ୍ରସଙ୍ଗରେ ସାକ୍ଷାତ ଆଲୋଚନା କରିଥିଲେ । ଉଭୟ ରାଜ୍ୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମନ୍ୱୟ ରକ୍ଷାକରି ଦୁଇ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ । ଆଳୁ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ଏବଂ ଏ ଦିଗରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ନେଇ ମନ୍ତ୍ରୀ ଶ୍ରୀ କୀର୍ତ୍ତନିଆ ପ୍ରତିଶୃତି ଦେଇଥିଲେ । ଏଥିନିମନ୍ତେ ସମସ୍ତ ସହଯୋଗ ଜାରି ରହିବ ବୋଲି ଆଲୋଚନା ବେଳେ ସେ କହିଥିଲେ । ପୂର୍ବ ସରକାର ଖାଦ୍ୟ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଓଡିଶା ପ୍ରତି ଯେଉଁ ବୈମାତୃକ ମନୋଭାବ ପୋଷଣ କରିଥିଲେ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ସେ କହିଥିଲେ । ଓଡିଶାରେ ବିଭିନ୍ନ ଜନକଲ୍ୟାଣ ଦିଗରେ ରାଜ୍ୟ ସରକାର କାର୍ଯ୍ୟକରୁଥିବା ନେଇ ଓଡିଶା ସରକାରଙ୍କୁ ପଶ୍ଚିମବଙ୍ଗ ମନ୍ତ୍ରୀ ଭୂୟଶୀ ପ୍ରଶଂସା କରିଛନ୍ତି। ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ସରକାର ଦୁଇ ରାଜ୍ୟର ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ଦିଗରେ କାର୍ଯ୍ୟକରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମକୁ ଆଗକୁ ନେଉଥିବା ନେଇ ଦୁଇ ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking