30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଆଇଏସଆଇ ହାତରେ ରିମୋଟ୍ କଣ୍ଟ୍ରୋଲ !

ଆଇଏସଆଇ ହାତରେ ରିମୋଟ୍ କଣ୍ଟ୍ରୋଲ !

କାବୁଲ: ଆଫ୍‌ଗାନିସ୍ତାନରେ ତାଲିବାନର ପତିଆରାକୁ ବୃଦ୍ଧି କରିବା ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଏସ୍‌ଆଇର ପ୍ରଚ୍ଛନ୍ନ ହାତ ରହିଛି ବୋଲି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍ ଅଭିଯୋଗ କରିଛନ୍ତି । ତାଲିବାନ୍‌ର ରିମୋଟ୍ ଆଇଏସଆଇ ହାତରେ ରହିଥିବାବେଳେ  ଆଫ୍‌ଗାନିସ୍ତାନରେ ନିଜକୁ ଏକ ଉପନିବେଶବାଦ ଶକ୍ତିଭାବେ ପରିଚିତ କରିବାକୁ ପାକିସ୍ତାନ ଚକ୍ରାନ୍ତ ଚଳାଇଥିବା ସେ କହିଛନ୍ତି । କାବୁଲସ୍ଥିତ ଦୂତାବାସରୁ ପ୍ରତି ମୁହୂୂର୍ତ୍ତରେ ତାଲିବାନ ଆତଙ୍କବାଦୀଙ୍କୁ ପରବର୍ତ୍ତୀ ରଣନୀତି ସମ୍ପର୍କରେ ପରାମର୍ଶ ଦିଆଯାଉଛି ବୋଲି ସେ କହିଛନ୍ତି । ତେବେ ଏଭଳି ଉଦ୍ୟମ କ୍ଷଣସ୍ଥାୟୀ ଏବଂ ପାକିସ୍ତାନ କୌଣସି ପ୍ରକାରେ ଆଫଗାନ୍‌ବାସୀଙ୍କ ହୃଦୟ ଜିତିପାରିବ ନାହିଁ ବୋଲି ସାଲେହ୍ କହିଛନ୍ତି । ଆଫଗାନିସ୍ତାନକୁ ଦଖଲ କରିବାରେ ତାଲିବାନକୁ ସବୁପ୍ରକାର ସହଯୋଗ କରିଛି ପାକିସ୍ତାନ ।

ଏନ୍‌ଆରଏଫ୍ ବିରୋଧରେ ଚାଲିଥିବା ଏହି ଲଢେଇରେ ପାକିସ୍ତାନ ସେନା ତାଲିବାନକୁ ସହାୟତା କରୁଛି ବୋଲି ମାସୁଦ ଅଭିଯୋଗ କରିଛନ୍ତି । ସମଗ୍ର ଆନ୍ତର୍ଜାତିକ ସମୁଦାୟ ପଞ୍ଜ୍‌ଶିର ମାମଲାରେ ନିରପେକ୍ଷତା ଅବଲମ୍ବନ କରୁଥିବାବେଳେ ପାକିସ୍ତାନ ପକ୍ଷରୁ  ତାଲିବାନକୁ ସାମରିକ ସହାୟତା ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମାସୁଦ କହିଛନ୍ତି । ଫହିମ ଦସ୍ତି ଓ ଅବଦୁଲ ଜାରାଙ୍କୁ ହତ୍ୟା କରିବାରେ ପାକିସ୍ତାନର ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି । ତାଲିବାନ ସଂଗଠନର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଘଟିନଥିବାବେଳେ ସେମାନେ ଅଧିକ ରକ୍ତମୁଖା ହୋଇପଡିଥିବା ସେ କହିଛନ୍ତି । ଦସ୍ତି ଓ ଜାରାଙ୍କ ସହିଦ ବୋଲି ଆଖ୍ୟା ଦେବାସହିତ ଦେଶ ସେମାନଙ୍କ ବଳିଦାନକୁ ସବୁଦିନ ମନେ ରଖିବ ବୋଲି ମାସୁଦ ଫେସ୍‌ବୁକ୍‌ରେ ଉଲ୍ଲେଖ କରିଛନ୍ତି । ଦୁଇ ମହାନ ଯୋଦ୍ଧାଙ୍କୁ ହରାଇଥିବାରୁ ଆମେ ମ୍ରିୟମାଣ ବୋଲି ମଧ୍ୟ ସେ କ୍ଷୋଭକ୍ତିି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking