33.1 C
Bhubaneswar
Saturday, April 27, 2024
Homeଓଡିଶାବର୍ତ୍ତମାନ ପରିସ୍ଥିତିରେ ସେଭଳି ଲକ୍‌ଡାଉନ୍ ହେବା ଭଳି ମନେ ହେଉନି: ଆରବିଆଇ ଗଭର୍ଣ୍ଣର

ବର୍ତ୍ତମାନ ପରିସ୍ଥିତିରେ ସେଭଳି ଲକ୍‌ଡାଉନ୍ ହେବା ଭଳି ମନେ ହେଉନି: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଦ୍ରୁତ ଗତି‌ରେ ବୃଦ୍ଧି ପାଉଥିବାରୁ ପୁଣି ଥରେ ସର୍ବଭାରତୀୟ ଲକ୍‌ଡାଉନ୍ ଘୋଷଣା ହେବାର ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ନିଜର ମତ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଗତବର୍ଷ ଆମେ ଯେଉଁଭଳି ଲକ୍‌ଡାଉନ୍ ସାମ୍ନା କରିଥିଲେ ବର୍ତ୍ତମାନ ପରିସ୍ଥିତିରେ ସେଭଳି ଲକ୍‌ଡାଉନ୍ ହେବା ଭଳି ମନେ ହେଉନି । ଗତବର୍ଷ ବହୁତ ବଡ଼ ଝଟ୍‌କା ଲାଗିଥିଲା ବୋଲି ସେ କହିଛନ୍ତି । ତେବେ ଅର୍ଥନୀତିରେ ଯେଉଁ ସୁଧାର ଧାରା ଜାରି ରହିଛି ତାହା ଆଗକୁ ବଢ଼ାଇବା ଲାଗି ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ବିକଶିତ ଦେଶଗୁଡ଼ିକ ଘୋଷଣା କରିଥିବା ପ୍ରୋତ୍ସାହନ ପ୍ୟାକେଜ୍ ହଠାତ୍‌ ପ୍ରତ୍ୟାହାର କରିନେଲେ ଭାରତ ଭଳି ଦେଶ ଉପରେ ତାହାର ଗଭୀର ପ୍ରଭାବ ପଡ଼ିବ । ସେଭଳି ପରିସ୍ଥିତିର ମୁକାବିଲା ଲାଗି ଭାରତ ପାଖରେ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ରହିଛି ଯାହା ୧୮ ମାସର ଆମଦାନି ଆବଶ୍ୟକତା ପୂରଣ କରିପାରିବ । ବଜାର ଓ କେନ୍ଦ୍ରୀୟ ବ୍ୟାଙ୍କ ଭିତରେ କୌଣସି ଲଢ଼େଇ ହେଉନି। ତେବେ ବଣ୍ଡ୍‌ରୁ ମିଳୁଥିବା ରିଟର୍ଣ୍ଣରେ ହଠାତ୍‌ ବୃଦ୍ଧି ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ପର୍ୟ୍ୟାୟକ୍ରମେ ସେଥିରେ ବୃଦ୍ଧି ହେଉ ବୋଲି ରିଜର୍ଭ ବ୍ୟାଙ୍କ ଚାହୁଥିବା ଶକ୍ତିକାନ୍ତ କହିଛନ୍ତି। ‌ବୈଦେଶିକ ମୁଦ୍ରା ବଜାରରେ ମଧ୍ୟ ଅଧିକ ଅସ୍ଥିରତା ହେଉ ବୋଲି ସେ ଚାହୁନାହାନ୍ତି। । ବୈଦେଶିକ ମୁଦ୍ରା ଭଣ୍ଡାରର କୌଣସି ସ୍ତର ନିର୍ଧାରଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ଡଲାର ତୁଳନାରେ ଟଙ୍କା ମୂଲ୍ୟ କିଭଳି ସ୍ଥିର ରହିବ ସେଥିପ୍ରତି ଧ୍ୟାନ ଦିଆଯାଉଛି ‌ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking