33.1 C
Bhubaneswar
Friday, April 26, 2024
Homeଅପରାଧମଧ୍ୟାହ୍ନ ଭୋଜନରୁ ବାହାରିଲା ମୂଷା; ୯ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରୁ ବାହାରିଲା ମୂଷା; ୯ ଛାତ୍ରଛାତ୍ରୀ ଅସୁସ୍ଥ

ମୁଜଫରନଗର: ମଧ୍ୟାହ୍ନଭୋଜନର ଏକ ବିକଳ ଚିତ୍ର ଏବେ ପୁଣି ସାମ୍ନାକୁ ଆସିଛି । ଦେଶରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନରେ କେଉଁ ଧରଣର ଖାଦ୍ୟ ଦିଆଯାଉଛି ତାହାର ଗୋଟିଏ ପରେ ଗୋଟିଏ ନଗ୍ନ ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ମଧ୍ୟାହ୍ନଭୋଜନରେ ରୁଟି ଓ ଲୁଣ ତ ପୁଣି କେଉଁଠି ଗୋଟିଏ ବାଲଟି ପାଣିରେ ଗୋଟିଏ ଲିଟର କ୍ଷୀର ମିଶାଇ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନରେ ଦିଆଯାଇଛି । ମୁଜାଫରପୁରରେ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଉଥିବା ବେଳେ ମଧ୍ୟାହ୍ନଭୋଜନରେ ମଲା ମୂଷା ଦେଖିବାକୁ ମିଳିଛି । ଏପରିକି ଏହି ମଧ୍ୟାହ୍ନଭୋଜନ ଖାଇ ୯ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାି ଚିକିସ୍ଥ୍ୟା କରା ଯାଉଛି ।
ତେବେ ଏହି ଘଟଣାର ଯାଞ୍ଚ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ମଧ୍ୟାହ୍ନଭୋଜନ ଖାଇବାରେ ମଲା ମୂଷା ପଡିଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking