36.1 C
Bhubaneswar
Saturday, May 4, 2024
Homeଅପରାଧଦୁଷ୍କର୍ମ ପରେ ୮ ବର୍ଷୀୟ ଝିଅକୁ ତଣ୍ଟିଚିପି ମାରିଦେଲେ

ଦୁଷ୍କର୍ମ ପରେ ୮ ବର୍ଷୀୟ ଝିଅକୁ ତଣ୍ଟିଚିପି ମାରିଦେଲେ

ବେଙ୍ଗାଲୁରୁ: ହାଇଦ୍ରାବାଦରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ଏବେ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ଏବେ ସାମ୍ନାକୁ ଆସିଛି। କର୍ଣ୍ଣାଟକାର କଳବର୍ଗିରେ ୮ ବର୍ଷୀୟ ନାବାଳିକାଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ଅତି ନିର୍ମମ ଭାବେ ହତ୍ୟା କରିଛି । ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଥିବାର ଜଣା ପଡିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତାକାଲି ରାତିରେ ଚିଞ୍ଚୋଲି ତାଲୁକ ନିକଟରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ସୁଲେପୀଠ ପୁଲିସ୍ ସ୍ଥାନୀୟ ଅଞ୍ଚଳର ଜଣେ ୩୫ ବର୍ଷୀୟ ବ୍ୟକ୍ତିକୁ ହେଫାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି।ସୋମବାର ମଧ୍ୟାହ୍ଣରେ ନାବାଳିକା ଜଣଙ୍କ ତାଙ୍କ ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ଜଣେ ବ୍ୟକ୍ତି ନାବାଳିକାଙ୍କୁ ଚକୋଲେଟର ଲୋଭ ଦେଖାଇ ତାଙ୍କ ସହ ନେଇ ଯାଇଥିବା ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ କହିଥିଲେ।
ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ହେଁ ନାବାଳିକାର କୌଣସି ପତ୍ତା ପାଇ ନଥିଲେ । ଶେଷରେ ସେମାନେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ । ପୁଲିସ୍‌ ଏହାର ଗୋଟିଏ ଦିନ ପରେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି । ତାଙ୍କୁ ଦୁଷ୍କର୍ମ କରିବା ପରେ କେହି ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking