27.1 C
Bhubaneswar
Thursday, April 25, 2024
Homeଓଡିଶା‘ମୋ ଗାଡି କଲର ସହ ମ୍ୟାଚ କରି ହେଲମେଟ ମିଳୁନି, ମୁଁ କ'ଣ କରିବି ?’

‘ମୋ ଗାଡି କଲର ସହ ମ୍ୟାଚ କରି ହେଲମେଟ ମିଳୁନି, ମୁଁ କ'ଣ କରିବି ?’

କଟକ : ଗତ ତିନି ଦିନ ହେଲା କଡାକଡି ଭାବେ ଟ୍ରାଫିକ ନିୟମ ଲାଗୁ ହେବା ପରେ ଟ୍ରାଫିକ ଉଲ୍ଲଂଘନକାରୀଙ୍କଠାରୁ ଆଜି ମଧ୍ୟ କଟକ ସହରରେ ମୋଟା ଅଙ୍କର ଫ।ଇନ ଆଦାୟ ହୋଇଛି । ହେଲେ ଆଜି କିଛି ମାତ୍ରାରେ ଲୋକେ ସଚେତନ ହୋଇଥିବା ଦେଖିବାକୁ ମଳିଥିଲା ।ଅଧିକାଂଶ ବାଇକ ଚାଳକ ଆଜି ହେଲମେଟ୍‌ ପିନ୍ଧିଥିବା ଦେଖିବାକୁ ମଳିଥିବାବେଳେ କିଛି ଅଭ୍ୟାସଗତ ଆଇନ୍‌ ଉଲ୍ଲଂଘନକାରୀ ହେଲମେଟ ନ ପିନ୍ଧି‍‍ବା ସହ ମୋବାଇଲ ଧରି ଗାଡି ଚଳାଉଥିବା ସମୟରେ ମୋଟା ଅଙ୍କର ଫ।ଇନ୍‌ ଦେଇଛନ୍ତି। ତେବେ ଆଜି ଜଣେ ମହିଳା ବିନା ହେଲମେଟରେ ଧରାପଡ଼ିବା ପରେ ଏହାକୁ ଅତି ଖାମଖିଆଲି ଭାବେ ନେଇଥିଲେ । ଖାଲି ସେତିକି ନୁହଁ ଅଜବ ଯୁକ୍ତି ମଧ୍ୟ ବାଢ଼ିଥିଲେ। ହାଲୁକା ଢ଼ଙ୍ଗରେ କହିଥିଲେ ଯେ, ମୁଁ ଜାଣିଥିଲି ନିୟମ ହୋଇଛି। ସେଥିପାଇଁ ମୁଁ ପଙ୍ଗା କରିବାକୁ ଆସିଥିଲି। ହେଲେ ଏଠି ମୋ ସହ ପଙ୍ଗା ହୋଇଗଲା। କହିଥିଲେ ଫାଇନ୍‌ ପଇସାରେ ଆମକୁ ଗୋଟେ ହେଲମେଟ୍‌ କିଣି ଦେଉ ନାହାନ୍ତି। ଆହୁରୀ ବିନ୍ଦାସ ଢଙ୍ଗରେ କହିଥିଲେ ଯେ, ମୋ ଗାଡ଼ି କଲର ସହ ହେଲମେଟ୍‌ ମିଳୁନି । ମିଲିଲେ ସିନା କିଣିବି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking