40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ କଲେ ନର ରାକ୍ଷାସ

ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ କଲେ ନର ରାକ୍ଷାସ

ନୂଆଦିଲ୍ଲୀ : ସିମା ପାର କଲା ଲଜ୍ଜା । ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ବାଇକ୍ ଅଟକାଇ ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ଏମିତି ଲଜ୍ଜାଜନକ ଘଟଣା ଘଟିଛି ରାଜସ୍ଥାନର ବାଡମେରରେ । ସୂଚନା ଅନୁଯାୟୀ ବାଇକ୍‌ରେ ଯାଉଥିବା ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ରାସ୍ତା ମଝିରେ ଅଟକାଇଲେ ୪ ଦୁର୍ବୃତ୍ତ । ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଗାଡ଼ି ନେଇ ଫେରାର ହୋଇଥିଲା ଏବଂ ପରେ ବାକି ୩ ଜଣ ଦୁର୍ବୃତ୍ତ ବ୍ୟକ୍ତିଙ୍କୁ ମାଡ଼ ମାରି ଲହୁଲହାଣ କରିବା ସହ ମହିଳାଙ୍କୁ କାର ଭିତରକୁ ନେଇଯାଇଥିଲେ । ଗୋଟିଏ ପଟେ କ୍ଷତାକ୍ତ ହୋଇ ସ୍ୱାମୀ ଚିତ୍କାର କରିବା ସହ ବିରୋଧ କରୁଥିଲେ କିନ୍ତୁ ମଣିଷ ରୂପି ରାକ୍ଷସମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି ଦମ୍ପତି ବାଇକ୍ ଯୋଗେ ବାଡମେର ଯାଉଥିଲେ । ଆଉ ଠିକ ଏହି ସମୟରେ କେଉଁଠି ଥିଲେ କେଜାଣି ୪ ଜଣ ମଣିଷ ରୂପୀ ରାକ୍ଷସ ସେମାନଙ୍କୁ ପିଛା କରି ଆକ୍ରମଣ କରିଥିଲେ । ୩ ଅଭିଯୁକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ସ୍ୱାମୀ-ସ୍ତ୍ରୀଙ୍କୁ ଜବରଦସ୍ତି କାରରେ ବସାଇ ଏକ ଶୂନଶାନ୍ ସ୍ଥାନକୁ ନେଇଯାଇଥିଲେ । ଏହା ପରେ ତିନି ଜଣ ସ୍ୱାମୀ ସାମ୍ନାରେ ଜଣଙ୍କ ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ସେମାନଙ୍କୁ ଛାଡ଼ିଦେବାକୁ ଦମ୍ପତି ବହୁ ନେହୁରା ହୋଇଥିଲେ କିନ୍ତୁ ଏହି ନର ରାକ୍ଷସଙ୍କ ମନରେ ଟିକେ ହେଲେ ବି ଦୟା ଆସିଲାନି । ତେବେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ମାମଲାର ତଦନ୍ତ କରୁଛି । ପୋଲିସର କହିବାନୁସାରେ, ମହିଳାଙ୍କ ସହ ଗଣଦୁଷ୍କର୍ମ କରିବା ପରେ ଦମ୍ପତିଙ୍କୁ କାରରେ ଆଣି ଟୋଲ୍ ଗେଟ୍ ନିକଟରେ ଛାଡ଼ି ଚାଲିଯାଇଥିଲେ ଅଭିଯୁକ୍ତ । ସେମାନଙ୍କୁ ଗରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ସ୍ଥାନୀୟ ଲୋକେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ଲୋକେ । ଗଣଦୁଷ୍କର୍ମ ପରେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିବା ଜଣାପଡ଼ିଛି । ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking