33.1 C
Bhubaneswar
Friday, April 26, 2024
Homeଅପରାଧହାଟରୁ ଫେରୁଥିବା ବେଳେ ଦୁଷ୍କର୍ମ

ହାଟରୁ ଫେରୁଥିବା ବେଳେ ଦୁଷ୍କର୍ମ

କେନ୍ଦୁଝର: ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ଝିଅ ମାନେ କେବେ ବି ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା କେନ୍ଦୁଝରରେ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଗତକାଲି ଏପରି ଘଟଣା ଘଟିଥିବା ଜଣାପଡିଛି ।
ସୂଚନା ଅନୁସାରେ,ହାଟରୁ ଲେମ୍ବୁ ବିକି ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ । ବାଇକରେ ୨ ଯୁବକ ନାବାଳିକାକୁ ନେଇଯାଉଥିବା ବେଳେ ଦୁର୍ଘଟଣା ଘଟି ପିଡ଼ିତା ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି । ପିଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ତାଙ୍କ ୨ ଝିଅ ଅପରାହ୍ନ ପ୍ରାୟ ୪ଟା ବେଳେ ହାଟକୁ ଲେମ୍ବୁ ବିକିବାକୁ ଯାଇଥିଲେ । କିଛି ସମୟ ପରେ ସାନ ଝିଅଟି ଏକୁଟିଆ ଘରକୁ ଫେରୁଥିବା ବେଳେ ବାଟରେ ୨ ଯୁବକ ବାଇକ୍ରେ ତାକୁ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ଏହାପରେ ଦୁଷ୍କର୍ମ କରି ବାଇକରେ ଆଣୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଝିଅର ଗୋଡ଼ ଭାଙ୍ଗି ଯାଇଛି । ଝିଅଟିର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିବା ବେଳେ ଅଭିଯୁକ୍ତଦ୍ୱୟ ବାଇକ୍ ଧରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ନାବାଳିକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ କେନ୍ଦୁଝର one stop ସଖୀ ସହାୟତାରେ ଝୁମ୍ପୁରା ଥାନାରେ ଏତଲା ଦିଆଯିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ମେଡିକାଲ ବେଡରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ଝିଅର ଏପରି ଅବସ୍ଥା କରିଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପିଡ଼ିତାଙ୍କ ମା’ । ଘଟଣାର ତଦନ୍ତ କରି ଖୁବ ଶୀଘ୍ର ଦୋଷୀକୁ ଧରାଯିବ ବୋଲି କେନ୍ଦୁଝର ଜିଲ୍ଲାର ଡିଏସପି କ୍ରାଇମ ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking