25.8 C
Bhubaneswar
Saturday, July 27, 2024
Homeଓଡିଶାଆସନ୍ତାକାଲି ଠାରୁ ରାଜଭବନ ଖୋଲା ହେବ

ଆସନ୍ତାକାଲି ଠାରୁ ରାଜଭବନ ଖୋଲା ହେବ

ଭୁବନେଶ୍ୱର:ସବୁବର୍ଷ ଭଳି ଏହିବର୍ଷ ମଧ୍ୟ ରାଜଭବନ ଉଦ୍ୟାନ ଖୋଲା ହେବ । ଆସନ୍ତାକାଲି ଠାରୁ ଜାନୁଆରୀ ୧୯ତାରିଖ ପର୍ଯ୍ୟନ୍ତ ଏହା ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ । ରାଜଭବନରେ ଫୁଲର ବଗିଚା ବା ଉଦ୍ୟାନ ପର‌୍ୟ୍ୟଟକଙ୍କୁ ଆକର୍ଷିତ କରିବ । ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ ପ୍ରତିବର୍ଷ ଅନକ ସଂଖ୍ୟକ ପର‌୍ୟ୍ୟଟକ ସେଠାକୁ ଯାଆନ୍ତି ।

ରାଜଭବନ ଉଦ୍ୟାନକୁ ଛୁଟିଦିନ ଓ ରବିବାର ସହିତ ପ୍ରତ୍ୟେହ ଅପରାହ୍ନ ସାଢେ ୨ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଉଦ୍ୟାନ ପରିଦର୍ଶନ କରିବାକୁ ରହିଥିବା ବେଳେ ଅପରାହ୍ନ ୪.୩୦ ପର‌୍ୟ୍ୟନ୍ତ ଉଦ୍ୟାନକୁ ପ୍ରବେଶ କରିହେବ । ୱାଟର ଫାଉଣ୍ଟେନ, ମ୍ୟୁଜିକାଲ ଫାଉଣ୍ଟେନ, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୁର, ବତକ, କକାଟେଲ ପକ୍ଷୀ ଘର ଏବଂ ସର୍ବୋପରି ଉଦ୍ୟାନର ସବୁଜିମା ପରିଦର୍ଶକ ମାନଙ୍କୁ ବିଶେଷ ଭାବରେ ଆକର୍ଷିତ କରିବ ।

ପରିଦର୍ଶନ ସମୟରେ ରାଜଭବନ ପରିସରକୁ ସାଙ୍ଗରେ ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆପତିଜନକ ସାମଗ୍ରୀ ନଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି ।

https://onakhabar.com/2020/01/04/odisha-rain/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking