28.1 C
Bhubaneswar
Friday, April 26, 2024
Homeଅପରାଧନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ମୁନିଗୁଡା: ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ଝିଅଟି କେଉଁଠି ବି ସୁରକ୍ଷିତ ନୁହେଁ । ତେବେ ଗତ କିଛି ଦିନ ପୂର୍ବରୁ ଏହିଭଳି ଘଟଣା ଘଟିଥିଲା । ପୁଣି ଏଭଳି ଲଜ୍ଜା ଜନକ ଘଟଣା ରାୟଗଡ଼ାର ବନ୍ଦରୀ ଗ୍ରାମରେ ଘଟିଯାଇଛି । ଗତ ଶନିବାର ଠାରୁୁ ନାବାଳିକା ନିଖୋଜ ଥିଲେ । ପରିବାର ଲୋକେ ଚାରିଆଡେ ଖୋଜା ଖୋଜି କରିବା ପରେ କେଉଁଠିବି ନାବାଳିକାଙ୍କୁ ପାଇ ନଥିଲେ । ଏନେଇ ପରିବାର ଲୋକେ ଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ । ନାବାଳିକାର ବୟସ ୧୨ ବର୍ଷ ।
ଆଜି ଗାଁ ପାଖ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ମିଳିଛି । ଅର୍ଦ୍ଧଉଲଗ୍ନ ଅବସ୍ଥାରେ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିଥିଲେ । ତେବେ ଏନେଇ ପରିବାର ଲୋକେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଧରିବା ପରେ ପଚରାଉଚରା କରିଥିଲା । ପୁଲିସ୍ ଜେରା ସମୟରେ ଅଭିଯୁକ୍ତ ନିଜ ମୁହଁରେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା ସ୍ବୀକାର କରିଛି ।
https://onakhabar.com/2019/12/24/pregnent-ledy-death/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking