34.1 C
Bhubaneswar
Wednesday, May 1, 2024
Homeଓଡିଶା୨୬ରେ ସୂର୍ଯ୍ୟପରାଗ, ୨୫ ତାରିଖ ରାତି ସାରା ଖୋଲା ରହିବ ଶ୍ରୀମନ୍ଦିର

୨୬ରେ ସୂର୍ଯ୍ୟପରାଗ, ୨୫ ତାରିଖ ରାତି ସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ଆସନ୍ତା ୨୬ରେ ସୂର୍ଯ୍ୟପରାଗ | ପହୁଡ ନୀତି ନହେବା କାରଣରୁ ୨୫ ତାରିଖ ରାତିସାରା ଶ୍ରୀମନ୍ଦିର ଖୋଲା ରହିବ । ଏହି ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି ସମସ୍ତ ସ୍କୁଲ କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା କରାଯାଇଛି |
ସୂଚନାନୁଯାୟୀ, ଆସନ୍ତା ୨୬ ତାରିଖରେ ସୂର୍ଯ୍ୟପରାଗ ଥିବାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତକାନ୍ତିି କରାଯିବ । ଡିସେମ୍ଵର ୨୬ ସକାଳ ୮ ଘଂଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ଯ୍ୟଙ୍କୁ ଗ୍ରହଣ ସ୍ପର୍ଶ କରିବା ତେଣୁ ଡିସେମ୍ବର ୨୫ ରାତି ୮ଟା ୨୦ମିନିଟରୁ ପାକତ୍ୟାଗ ସହ ଅନ୍ନଭୋଜନ ଓ ଦେବନୀତି ନିଷେଧ କରାଯାଇଛି। ତେଣୁ ଏହି ସମୟ ପରଠାରୁ ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦେବନୀତି ନିଷେଧ କରାଯାଇଛି। ଏହି ସମୟ ପରଠାରୁ ଶ୍ରୀମନ୍ଦିରରେ କୌଣସି ବି ନୀତି ସଂପାଦନ ହେବନି। ୨୫ ତାରିଖ ରାତି ୮ଟା ୨୦ ରୁ ୨୬ ତାରିଖ ୮ଟା ୨୦ ମିନିଟ୍ ୮ ସେକେଣ୍ଡ ଯାଏଁ ଶ୍ରୀମନ୍ଦିରରେ ପହୁଡ ସହ ଅନ୍ୟାନ୍ୟ ନୀତି ନିଷେଧ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking