27.8 C
Bhubaneswar
Thursday, April 18, 2024
Homeଓଡିଶାନରସିଂହଙ୍କ ଆୟୁର୍ବେଦ ମହାବିଦ୍ୟାଳୟ ପରିଦର୍ଶନ: ସରକାର ଦାବି ପୁରଣ ନ କଲେ, ବିଧାୟକ ନିଜ ପାଣ୍ଠିରୁ...

ନରସିଂହଙ୍କ ଆୟୁର୍ବେଦ ମହାବିଦ୍ୟାଳୟ ପରିଦର୍ଶନ: ସରକାର ଦାବି ପୁରଣ ନ କଲେ, ବିଧାୟକ ନିଜ ପାଣ୍ଠିରୁ କରିବେ ପୁରଣ -ନରସିଂହ

ବଲାଙ୍ଗୀର଼,(ଦେବାଶିଷ ମିଶ୍ର): ଆଜି ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ର ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପରିଦର୍ଶନ କରିଥିଲେ । ଆୟୁର୍ବେଦର ଭଗବାନ ଧନ୍ୱନ୍ତରିଙ୍କ ଦର୍ଶନ କରି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ମହାବିଦ୍ୟାଳୟରେ ଆବଶ୍ୟକ ଥିବା ଶିକ୍ଷକ ଅଭାବ, ଚିକିତ୍ସାଳୟରେ ଡାକ୍ତର ଓ ପାରା ମେଡିକାଲ କର୍ମ·ରୀଙ୍କ ଅଭାବ ଯୋଗୁଁ ଶିକ୍ଷାଦାନ ଓ ଚିକିତ୍ସାରେ ସମସ୍ୟା ହେଉଥିବା ଉପସ୍ଥିତ ଥିବା ଅଧ୍ୟକ୍ଷ ଏବଂ ଛାତ୍ର ସଂସଦର ସଭାପତି ଓ କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ । ଏପରିକି ଉପରୋକ୍ତ ଅଭାବ ଯୋଗୁଁ ଅୟୁର୍ବେଦିକ କଲେଜରେ ବାର୍ଷିକ ନାମଲେଖା ସମୟରେ ସ୍ୱିକୃତି ମିଳିବାରେ ସମସ୍ୟା ହେଉଥିବାର ମଧ୍ୟ ଦେଖାଯାଉଛି । ଏହା ବ୍ୟତିତ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଛାତ୍ରବାସ ଓ ଶ୍ରେଣୀଗୃହ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଆଲୋଚନା ପରେ ବିଧାୟକ ଶ୍ରୀ ମିଶ୍ର ଭିତ୍ତିଭୂମିର ନିର୍ମାଣରେ କୋ÷÷ଣସି ସମସ୍ୟା ରହିବ ନାହିଁ କିନ୍ତୁ କେବଳ ଭିତ୍ତିଭୂମି ବିକାଶ ହେଲେ ଛାତ୍ରମାନଙ୍କର ମୂଳ ସମସ୍ୟା ଦୂର ହେବ ନାହିଁ । ସେମାନଙ୍କୁ ପାଠ ପଢିବା ପାଇଁ ଶିକ୍ଷକ ଓ କଲେଜର ଚିକିତ୍ସା ପାଇଁ ଡାକ୍ତର ଆବଶ୍ୟକ । ସେ ଦିଗରେ ଆଗାମୀ ଦିନରେ ସରକାରଙ୍କ ଉପରେ ·ପ ପକାଯିବ । ଉପସ୍ଥିତ ଅଧ୍ୟକ୍ଷଙ୍କୁ କଲେଜର ଯାହା କିଛି ଦରକାର ଅଛି ତାର ଏକ ସବିଶେଷ ବିବରଣୀ ଶିଘ୍ର ପ୍ରଦାନ କରିବାକୁ ଶ୍ରୀ ମିଶ୍ର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପରେ ଛାତ୍ର ସଂସଦ ଦ୍ୱାରା ଆୟୋଜିତ ମତବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କ ସହିତ ବିଭିନ୍ନ ବିଷୟ ଆଲୋଚନା କରିଥିଲେ । ଛାତ୍ର ସଂସଦ ତରଫରୁ ସଭାନେତ୍ରୀ କୁମାରୀ ଜିରୁ ଓଜସ୍ୱିନୀ ରେଡ୍ଡି ମାନ୍ୟବର ବିଧାୟକଙ୍କୁ ଏକ ଦାବିପତ୍ର ମାଧ୍ୟମରେ କଲେଜରେ ଖେଳ ପଡିଆ, କଲେଜ ପରିସରରେ ହାଇମେକ୍ସ ଲାଇଟ, ଆୟୁର୍ବେଦ ଗାର୍ଡେନ, ପିଇବା ପାଣି ଏବଂ ସରକାରୀ ସୁଲଭ ଆୟୁର୍ବେଦ ଔଷଧ ଦୋକାନର ଦାବି କରିଥିଲେ । ବିଧାୟକ ଶ୍ରୀ ମିଶ୍ର ଉତ୍ତରରେ ଖେଳ ପଡିଆ ଓ ହର୍ବାଲ ଗାର୍ଡେନ ସରକାରୀ ଜାଗାର ଅବସ୍ଥିତି ଦେଖି ପୁରଣ ହେବ ବୋଲି କହିବା ସହ ହାଇମେକ୍ସ ଲାଇଟ, ପିଇବା ପାଣି ଦାବି ବହୁ ଶିଘ୍ର ପୁରଣ ହେବ ବୋଲି ପ୍ରତିଶୃତି ଦେବା ସହ ଛାତ୍ର ଛାତ୍ରୀ ଦାବି କରିଥିବା ଆମ୍ବୁଲାନ୍ସ ସରକାର ଯଦି ୬ମାସ ମଧ୍ୟରେ ନ ଦିଏ ତେବେ ସେ ନିଜେ ନିଜ ପାଣ୍ଠି କିମ୍ବା ତା ପାଇଁ ପାଣ୍ଠିର ବ୍ୟବସ୍ଥା କରି ଶିଘ୍ର ଆମ୍ବୁଲାନ୍ସ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
ସେ ନିଜ ଅନୁଭୁତିରୁ, ଆୟୁର୍ବେଦ ଉପରେ ତାଙ୍କର ଅଗାଧ ବିଶ୍ୱାସ ଥିବା କହିଥିଲେ । ତେଣୁ ଛାତ୍ର ଛାତ୍ରୀମାନେ ଯେତେବେଳେ ·ହିଁବେ ତାଙ୍କୁ ତାଙ୍କର ସମସ୍ୟା ସମାଧାନ ପାଇଁ କଲେଜକୁ ଟାଣି ଆଣିପାରିବେ ବୋଲି ବିଶ୍ୱାସ ଦେଇଥିଲେ । ଆଜିର ଏହି ମତ ବିନିମୟ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. ଅରୁଣ କୁମାର ଦାଶ, ପ୍ରଫେସର ଡା. ପ୍ରଦୀପ କୁମାର ପଣ୍ଡା, ଛାତ୍ର ସଂସଦ ଉପଦେଷ୍ଟା ଡା. ସିମାଦ୍ରୀଭୂଷଣ ନାୟକ, ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଡା. ପ୍ରଶାନ୍ତ ପ୍ରଧାନ, ଡା. ପ୍ରକାଶ ଚନ୍ଦ୍ର ଦାଶ, ଡା. ଜ୍ୟୋତି ରଂଜନ ମେହେର ତଥା ଛାତ୍ର ସଂସଦ ସଭାନେତ୍ରୀ ଜିରୁ ଓଜସ୍ୱିନୀ ରେଡ୍ଡି ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking