31.1 C
Bhubaneswar
Monday, May 13, 2024
Homeବ୍ରେକୀଙ୍ଗଘର ଭଡା ଦେବାକୁ କହି ଦୁଷ୍କର୍ମ

ଘର ଭଡା ଦେବାକୁ କହି ଦୁଷ୍କର୍ମ

ନୂଆଦିଲ୍ଲୀ: ହରିୟାଣା ହିସାରରେ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ଆସିଛି । ଏହି ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଛି । ପୁଲିସ କହିଛି ଯେ, ସିଭିଲ ଲାଇନ ଥାନା ଅନ୍ତର୍ଗତ ଛାଡପତ୍ର ପାଇଥିବା ଜଣେ ମହିଳା, ତାଙ୍କ ସହିତ ଦୁଷ୍କର୍ମ ଓ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ କରିଥିଲେ । ମହିଳା ଜଣକ ପୁଲିସକୁ କହିଥିଲେ ଯେ, ତାଙ୍କର ନିଜ ସ୍ୱାମୀଙ୍କ ସହ ଛାଡପତ୍ର ହୋଇଛି ଏବଂ ସେ ରେଣ୍ଟ ଏଗ୍ରିମେଣ୍ଟ କରିବା ପାଇଁ କୋର୍ଟ ଯାଇଥିଲେ । ସେଠାରେ ତାଙ୍କର ସାକ୍ଷାତ ଶମସେର ସିଂ ନାମକ ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା । ସେ ରେଣ୍ଟ ଏଗ୍ରିମେଣ୍ଟ କରାଇଦେବେ ବୋଲି କହିଥିଲେ । ମୋବାଇଲ ନମ୍ବର ମଧ୍ୟ ଦେଇଥିଲା । ପରେ ମହିଳା ନିଜ ଅଭିଯୋଗରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ୧୧ ଫେବୃୟାରୀରେ ତାଙ୍କୁ ସେହି ବ୍ୟକ୍ତି ଜଣକ କୋର୍ଟକୁ ଡାକିଥିଲା । ଭଡା ଦେଇ ରହିବା ସହ ଘର ଦେଖିବା ପାଇଁ ଉକ୍ତ ମହିଳାଙ୍କୁ କହିଥିଲା । ପରେ ସେ ଉକ୍ତ ମହିଳାଙ୍କୁ ନିଜ ସହ ସେକ୍ଟର ୧୫ସ୍ଥିତ ନିଜ ଘର ଦେଖାଇବା ପାଇଁ ନେଇଥିଲା । ଧର ଦେଖିବା ପରେ ତାଙ୍କ ସହ ଚା ପିଇଥିଲେ ଓ ପଳାଇଥିଲେ । ମାତ୍ର ମହିଳା ଜଣକ ନିଜ ରେଣ୍ଟ ଏଗ୍ରିମେଣ୍ଟ ସମ୍ବନ୍ଧିତ କାଗଜପତ୍ର ଛାଡି ଆସିଥିଲେ । ଏହାପରେ ୧୨ ଫେବୃୟାରୀରେ ସେ ପୀଡିତା ମହିଳାଙ୍କୁ ଘରକୁ ଡାକିଥିଲା ଓ ରୁମରେ ବନ୍ଦ କରି ତାଙ୍କ ସହ ଦୁଷ୍କର୍ମ କରିଥିଲା । ପରେ ମହିଳା ଯେତେବେଲେ ଏହାକୁ ବିରୋଧ କରିଥିଲେ ସେ ତାଙ୍କୁ ଓ ତାଙ୍କ ପିଲାଙ୍କୁ ମାରିଦେବା ପାଇଁ ଧମକ ଦେଇଥିଲା ଓ ୧ ଲକ୍ଷ ଟଙ୍କା ଅଫର ଦେଇ ଏହି ମାମଲାକୁ ଶେଷ କରିବା ପାଇଁ କହିଥିଲା । ତେବେ ସିଭିଲ ଲାଇନ ଥାନା ମୁଖ୍ୟ ବଲବନ୍ତ କହିଛନ୍ତି, ଏହି ମାମଲା ଜଣାପଡିବା ପରେ ମାମଲା ରୁଜୁ କରାଯାଇ, ଅଭିଯୁକ୍ତ ବ୍ୟକ୍ତିକୁ ଗିରଫ କରାଯାଇଛି । ପୀଡିତା ମହିଳାଙ୍କର ମେଡିକାଲ ଯାଂଚ ମଧ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking