41.1 C
Bhubaneswar
Sunday, April 28, 2024
HomeUncategorizedଦଳର ଅସ୍ତିତ୍ୱକୁ ବଂଚାଇବା ପାଇଁ ଓଡିଶା ବନ୍ଦ ଡାକରା ଦେଇଥିଲା କଂଗ୍ରେସ : ଲେଖାଶ୍ରୀ

ଦଳର ଅସ୍ତିତ୍ୱକୁ ବଂଚାଇବା ପାଇଁ ଓଡିଶା ବନ୍ଦ ଡାକରା ଦେଇଥିଲା କଂଗ୍ରେସ : ଲେଖାଶ୍ରୀ

 ପଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ କଂଗ୍ରେସ ଦଳ ପାଇଁ ପ୍ରସଙ୍ଗ ନୁହେଁ
 ଅଶୋଧିତ ତୈଳର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ଯେତିକି କମିଲା ସେତିକି ମୂଲ୍ୟ ଖାଉଟି ମାନଙ୍କ ପାଇଁ କମ୍ କରିବାର ଦାବି
ସମ୍ପୂର୍ଣ୍ଣ ଅମୂଳକ
 ରାଜ୍ୟରେ ଭୋଟ୍ ପ୍ରତିଶତ କମିବା ଏବଂ ଦଳର ଅନ୍ତକନ୍ଦଳ ହାଟରେ ପଡି ଦାଣ୍ଡରେ ଗଡିବା କଂଗ୍ରେସର ମୁଣ୍ଡ ବ୍ୟଥାର କାରଣ
ହୋଇଛି
 ଅଶୋଧିତ ତୈଳର ମୂଲ୍ୟ ଆନ୍ତର୍ଜାତିକ ବଜାରରେ କମିଛି ତେବେ ପରିବହନ ଓ ବିଶୋଧନ ମୂଲ୍ୟ ହ୍ରାସ ପାଇ ନାହିଁ
 ଖାଦ୍ୟ ସୁରକ୍ଷାରେ ଚାଉଳ, ମୁଦ୍ରା ଯୋଜନାରେ ଋଣ, ସ୍ୱଚ୍ଛ ଭାରତ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ସବୁ ଘରକୁ ବିଜୁଳି, ପାଣି,
ପାଇଖାନା, ରାସ୍ତା, ଇତ୍ୟାଦିରେ କେନ୍ଦ୍ର ସରକାର ବିପୁଳ ଅର୍ଥ ଯୋଗାଇ ଦେଉଛନ୍ତି
 ଯଦି ଓଡିଶା ଲୋକଙ୍କ ପାଇଁ ସ୍ୱାର୍ଥର ଚିନ୍ତା ରାଜ୍ୟ ସରକାର କରୁଛନ୍ତି ତେବେ ପଡୋଶୀ ରାଜ୍ୟ ପରି ଓଡିଶାର ଟିକସ କମ କରନ୍ତୁ
 କରୋନା କାଳରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଓଡିଶାର ୪୫ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ ୫୭୧.୭୨ କୋଟି
ଖର୍ଚ୍ଚରେ ମାଗଣାରେ ଏଲପିଜି ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି
 ବିକଶିତ ରାଷ୍ଟ୍ର ଗୁଡ଼ିକ ଯଥା ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ, ୟୁକେ ଠାରୁ ଭାରତରେ ପେଟ୍ରୋଲ ଏବଂ ଡ଼ିଜେଲ ଦର କମ
ରହିଛି
ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ କଂଗ୍ରେସ ଦଳ
ପାଇଁ ପ୍ରସଙ୍ଗ ନୁହେଁ । ରାଜ୍ୟରେ ଭୋଟ୍ ପ୍ରତିଶତ କମିବା ଏବଂ ଦଳର ଅନ୍ତକନ୍ଦଳ ହାଟରେ ପଡି ଦାଣ୍ଡରେ ଗଡିବା କଂଗ୍ରେସର ମୁଣ୍ଡ ବ୍ୟଥାର କାରଣ
ହୋଇଛି । ଦଳର ଅସ୍ତିତ୍ୱକୁ ବଂଚାଇବା ପାଇଁ ଆଜି ଏ ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ ରାଜନୈତିକ ଦଳ ଭାବେ ନିନ୍ଦିତ ଅବସ୍ଥାରେ ରହିବା ଓ
ଅଡୁଆରୁ ମୁକୁଳିବା ପାଇଁ ଜନ ସ୍ୱାର୍ଥର ମିଛ ଆନ୍ଦୋଳନର ଡାକରା ଦେଇଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର
କହିଛନ୍ତି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ଅଶୋଧିତ ତୈଳର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ଯେତିକି କମିଲା ସେତିକି ମୂଲ୍ୟ ଖାଉଟି ମାନଙ୍କ ପାଇଁ
କମ୍ କରିବାର ଦାବି ସମ୍ପୂର୍ଣ୍ଣ ଅମୂଳକ । ପେଟ୍ରୋଲ, ଡିଜେଲର ମୂଲ୍ୟ ନେଇ ତିନୋଟି କାରଣ ରହିଛି । ପ୍ରଥମଟି ହେଲା ଅଶୋଧିତ ତୈଳର ମୂଲ୍ୟ,
ପରିବହନ ଓ ବିଶୋଧନ । ଯଦିଓ ଅଶୋଧିତ ତୈଳର ମୂଲ୍ୟ ଆନ୍ତର୍ଜାତିକ ବଜାରରେ କମିଛି ତେବେ ପରିବହନ ଓ ବିଶୋଧନ ମୂଲ୍ୟ ହ୍ରାସ ପାଇ ନାହିଁ
ା ତେଣୁ ଅଶୋଧିତ ତୈଳର ମୂଲ୍ୟ ଯେତିକି କମିଲା ସେତିକି ପେଟ୍ରୋଲ ଓ ଡିଜେଲର ମୂଲ୍ୟ କମିବା ତଥ୍ୟଭିତିକ ନୁହେଁ । ବଳୁଥିବା ଅର୍ଥ ସ୍ୱିସ ବ୍ୟାଙ୍କ
ବା ପାନାମା ପେପରକୁ ଯାଉ ନାହିଁ, ସେଗୁଡିକ ଜନକଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ ହେଉଛି । ଦ୍ୱିତୀୟ କାରଣ ହେଉଛି- ମୋଦି ସରକାରଙ୍କ
ପ୍ରାଥମିକତା ଦେଶର ସାଧାରଣ ଗରିବ ଲୋକ । ଖାଦ୍ୟ ସୁରକ୍ଷାରେ ଚାଉଳ, ମୁଦ୍ରା ଯୋଜନାରେ ଋଣ, ସ୍ୱଚ୍ଛ ଭାରତ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ସବୁ
ଘରକୁ ବିଜୁଳି, ପାଣି, ପାଇଖାନା, ରାସ୍ତା, ଇତ୍ୟାଦିରେ କେନ୍ଦ୍ର ସରକାର ବିପୁଳ ଅର୍ଥ ଯୋଗାଇ ଦେଉଛନ୍ତି । ତୃତୀୟ କାରଣ ହେଲା ରାଜ୍ୟ ସରକାର
କେନ୍ଦ୍ରୀୟ ଟିକସରୁ ୪୧ ପ୍ରତିଶତ ଅର୍ଥ ପାଉଥିବା ବେଳେ ପୂର୍ବରୁ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲରୁ ୨୬ ପ୍ରତିଶତ ଟିକସ ପାଉଥିଲେ ଏବଂ
ଏବେ ଡିଜେଲରେ ୨୮ ପ୍ରତିଶତ ଏବଂ ପେଟ୍ରୋଲରେ ୩୨ ପ୍ରତିଶତ ଟିକସ ପାଉଛନ୍ତି । ଯଦି ଓଡିଶା ଲୋକଙ୍କ ପାଇଁ ସ୍ୱାର୍ଥର ଚିନ୍ତା ରାଜ୍ୟ ସରକାର
କରୁଛନ୍ତି ତେବେ ପଡୋଶୀ ରାଜ୍ୟ ପରି ଓଡିଶାର ଟିକସ କମ କରନ୍ତୁ ।
ମୋଦି ସରକାର କରୋନା କାଳରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଓଡିଶାର ୪୫ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ
୫୭୧.୭୨ କୋଟି ଖର୍ଚ୍ଚରେ ମାଗଣାରେ ଏଲପିଜି ଗ୍ୟାସ ସିଲିଣ୍ଡର ପ୍ରଦାନ କରିଛନ୍ତି । ମୋଦି ସରକାର ଏହିଭଳି ଟିକସ ଅର୍ଥକୁ ଜନକଲ୍ୟାଣକାରୀ
କାର୍ଯ୍ୟରେ ଲଗାଉଛନ୍ତି । ବିକଶିତ ରାଷ୍ଟ୍ର ଗୁଡ଼ିକ ଯଥା ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ, ୟୁକେ ଠାରୁ ଭାରତରେ ପେଟ୍ରୋଲ ଏବଂ ଡ଼ିଜେଲ ଦର କମ
ରହିଛି ବୋଲି ଡ.ସାମନ୍ତସିଂହାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking