34.1 C
Bhubaneswar
Saturday, April 27, 2024
Homeବଲିଉଡଆସନ୍ତା ୨୯ରେ ରଣଦୀପ ହୁଡ୍ଡାଙ୍କ ବିବାହ, ଇମ୍ଫାଲରେ ହେବ ବିବାହ କାର୍ଯ୍ୟକ୍ରମ

ଆସନ୍ତା ୨୯ରେ ରଣଦୀପ ହୁଡ୍ଡାଙ୍କ ବିବାହ, ଇମ୍ଫାଲରେ ହେବ ବିବାହ କାର୍ଯ୍ୟକ୍ରମ

ମୁମ୍ବାଇ : ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରଣଦୀପ ଆସନ୍ତା ୨୯ ତାରିଖରେ ଗାର୍ଲଫ୍ରେଣ୍ଡ ଲିନ ଲେଶରାମଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବେ । ରଣଦୀପ ନିଜ ସୋସିଆଲ ମିଡିଆରେ ବିବାହ କାର୍ଡ ସେୟାର କରିଛନ୍ତି । ବିବାହ କାର୍ଡରେ ତାରିଖ ଏବଂ ସ୍ଥାନ ସାମ୍ନାକୁ ଆସିଛି । ରଣଦୀପ ସୋସିଆଲ ମିଡିଆରେ ବିବାହ ତାରିଖ ଘୋଷଣା କରିଛନ୍ତି । ରଣଦୀପ ପୋଷ୍ଟରେ ମହାଭାରତ ସହିତ ଜଡିତ କିଛି ସେୟାର କରି କହିଛନ୍ତି । ମହାଭାରତର ଅର୍ଜୁନ ମଣିପୁର ଯୋଦ୍ଧା ରାଜକୁମାରୀ ଚିତ୍ରାଗନ୍ଦା ବିବାହ କରିଥିଲେ । ସେଠାରେ ରଣଦୀପ ବିବାହ କରିବେ । ବିବାହ ଇମ୍ଫାଲ, ମଣିପୁରରେ ହେବାକୁ ଯାଉଛି । ରିସେପସନ ମୁମ୍ବାଇରେ ହେବ । ଲିନ ଲେଶରାମ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡିତ । ଲିନ ଶାହରୁଖଙ୍କ ଫିଲ୍ମ ଓମ୍‌ ଶାନ୍ତି ଓମ, ମେରୀ କମ୍‌, ରଙ୍ଗୁନରେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରୀ ଛଡା ମଡେଲିଂ ଦୁନିଆରେ ମଧ୍ୟ ଲିନ୍‌ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ରିପୋର୍ଟ ମୁତାବକ, ରଣଦୀପ ଏବଂ ଲିନ୍‌ ପରସ୍ପରକୁ ୮ ମାସ ହେଲାଣି ଡେଟ୍‌ କରୁଛନ୍ତି । ଦୁହିଁଙ୍କୁ ୫ ବର୍ଷ ପୂର୍ବେ ଏକ ବକ୍ସିଂ ମ୍ୟାଚ ସମୟରେ ଏକାଠି ଦେଖିବାକୁ ମିଳିଥିଲା। ସେତେବେଳେ ମଧ୍ୟ ଏମାନଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା । ଶେଷ ଥର ପାଇଁ ଫିଲ୍ମ ‘ବୀର ସାବରକର’ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚରିତ୍ର ପାଇଁ ଅଭିନେତା ବହୁତ ପରିଶ୍ରମ କରିଥିଲେ । ଏଥିପାଇଁ ସେ ପାଖାପାଖି ୨୬ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ । ତେବେ ଏହି ଫିଲ୍ମ ବକ୍ସ ଅଫିସରେ କିଛି ଖାସ୍‌ କମାଲ୍‌ କରିପାରି ନ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking